News

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବହୁ ବିଭାଗ ବନ୍ଦ ରହିଛି । ଜରୁରୀକାଳିନ ପରିସ୍ଥିତିରେ ଆସୁଥିବା ରୋଗୀମାନେ ନାହିଂ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ବିଶେଷ କରି ରାତିରେ ଆସୁଥିବା ରୋଗୀମାନେ ଅସୁବିଧା ଭୋଗୁଛନ୍ତି । ଲାଗୁଛି, ଏହିସବୁ ସମସ୍ୟା ପାଇଁ ପ୍ରଶାସନ ଯେପରି ଆଖି ମୁଜିଦେଇଛି ।  ଗତ ସ୍ୱାୟତ୍ତ ଶାସନ ଦିବସରେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଏହା ପୂରଣ ନହେବାରୁ ପୁଣି ସ୍ଥାନୀୟ ଲୋକେ ଆଜିଠାରୁ ଧାରଣା ଦେଇଛନ୍ତି।

ଡକ୍ତରଖାନାରେ ଥିବା ଲାପ୍ରୋସ୍କୋପି ମେସିନ ୬ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇ ପଡ଼ିଛି। ସେହିପରି ଏଣ୍ଡୋସ୍କପି ମେସିନ ସାଢ଼େ ତିନି ବର୍ଷ ହେବ କୌଣସି କାମରେ ଲାଗୁନାହିଁ । ଅଲ୍‌ଟ୍ରାସାଉଣ୍ଡ ବିଭାଗରେ ପ୍ରଶିକ୍ଷଣପ୍ରାପ୍ତ ଡାକ୍ତର ନାହାନ୍ତି । ଯାହା ଫଳରେ ଏହି ବିଭାଗ ୪ବର୍ଷ ହେବ ବନ୍ଦ ରହିଛି। ସେହିପରି ଇଏନ୍‌ଟି ବିଭାଗର ଅବସ୍ଥା ବି ସମାନ। ଡାକ୍ତରଖାନା ପରିସରରେ ଥିବା ଔଷଧ ଦୋକନଟି ୯ମାସରୁ ଊର୍ଧ ସମୟ ଧରି ବନ୍ଦ ହୋଇରହିଛି। ଅନ୍ୟ ବ୍ୟକ୍ତିଙ୍କୁ ଏଠାରେ ଔଷଧ ଦୋକାନ କରିବା ପାଇଁ ଅନୁମତି ନଥିବାରୁ ଏଠାକୁ ଆସୁଥିବା ଲୋକେ ଔଷଧ ପାଉ ନାହାନ୍ତି। ଏହା ଯୋଗୁଁ ଲୋକେ ନାନା ହଇରାଣ ହେଉଛନ୍ତି।

ଏପରି ଅନେକ ସମସ୍ୟା ନେଇ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ପୂର୍ବରୁ ଧାରଣା ଦିଆଯାଇଥିଲା । ସେତେବେଳେ ସ୍ଥାନୀୟ ବିଧାୟକ, ସାଂସଦ ଓ ମେୟର ଆସି ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଗୋଟିଏ ସମସ୍ୟାର ସମାଧାନ ହୋଇନାହିଁ । ତେଣୁ ଏହାର ପ୍ରତିବାଦରେ ଆଜି ମଞ୍ଚର ସଭାପତି ଭୀଷ୍ମ ନାରୟଣ ନାୟକଙ୍କ ନେତୃତ୍ଵରେ ପୁଣିଥରେ ଧାରଣା ଆରମ୍ଭ ହେଇଛି ।

ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା   ପୁରୁଣା ଭୁବନେଶ୍ଵର ସ୍ଥିତ ବିଏମ୍‌ସି ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ଧାରଣା

ପଢନ୍ତୁ, ଦିଲ୍ଲୀର ନୋଏଡାରେ ଆରମ୍ଭ ହେବ ସଫ୍‌ଟ ଟେନିସ୍‌ ମାଷ୍ଟର କପ୍‌, ଓଡ଼ିଶା ଦଳର ଦିଲ୍ଲୀ ଯାତ୍ରା

Related posts

ନାସା ଦ୍ଵାରା ମିଳିଛି ଆଶ୍ଚର୍ଯ୍ୟଜନିତ ସୂଚନା : ମହାକାଶ ରୁ ଆସୁଛି ଅଦ୍ଭୁତ ଶବ୍ଦ

Krishna Kumar Manoj

ବିବାହରେ ‘ମୃତ୍ୟୁ ଉପହାର’ ଘଟଣା : ଏସ୍‌ପି କହିଲେ ଷଡଯନ୍ତ୍ର ପଛରେ ପ୍ରେମ ଓ ପ୍ରତିଶୋଧ

Krishna Kumar Manoj

ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଖାଣ୍ଟି ଓଡ଼ିଆ ଖାଦ୍ୟ !

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More