News

ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ, ୧୩୦ଜଣ ମୃତ୍ୟୁ ହେଇଛି ଓ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା

By ENO Beuro

November 13, 2017

ଗତକାଲି ଇରାକ-ଇରାନରେ ଭୟଙ୍କର ଭୂମିକମ୍ପ ହେଇଛି । ଏଥିରେ ୧୩୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଭଙ୍ଗାଘର ତଳେ ଅନେକ ଲୋକ ଚାପି ହୋଇରହିଥିବା ଜଣାପଡିଛି । ହଜାରେରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଆଇଆରଏନଏ ସୂଚନା ଦେଇଛି । ଆମେରିକା ଭୂବୈଜ୍ଞାନିକ ସର୍ବେକ୍ଷଣ ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିଲା । ଭୂକମ୍ପର କେନ୍ଦ୍ର ସ୍ଥଳ ଇରାକ ସହର ଓ ସୁଲେମାନିଆର ୧୦୩ କିଲୋମିଟର ଦକ୍ଷିଣରେ ଥିଲା ।

ମୃତକଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି । ୩୦ଟି ରେଡକ୍ରସ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ କହିଛି କି ପୂର୍ବ ଇରାକୀୟ ସହର ହାଲାବ୍ଜା ବାହାରେ ୩୧ କିଲୋମିଟର ଦୂରରେ ଏହି ଭୂକମ୍ପନ କେନ୍ଦ୍ରୀଭୂତ ହୋଇଥିଲା। ଆଂଶିକ ରାଷ୍ଟ୍ରାୟତ ଇରାନୀୟ ଇଲନା ନିଉଜ ଏଜେନସି କହିଛି, ଭୂକମ୍ପନ ଯୋଗୁଁ ଇରାନର ଅନ୍ୟୂନ ୧୪ଟି ପ୍ରଦେଶ ପ୍ରଭାବିତ ହୋଇଛି। ଭୂକମ୍ପନ ପରବର୍ତ୍ତୀ କମ୍ପନ ଆଶଙ୍କାରେ କେରମାନଶାହ ଏବଂ ଇଲାମ ପ୍ରଦେଶର ସ୍କୁଲ ବନ୍ଦ ରହିଛି ।

ଇରାନରେ ଚଳିତ ବର୍ଷରେ ଏହା ହେଉଛି ସବୁଠାରୁ ବଡ଼ ଭୂକମ୍ପ । ଏହା ପୂର୍ବରୁ ୨୦୦୩ରେ ଦକ୍ଷିଣ ପୂର୍ବ ରାଜ୍ୟରେ ଭୂକମ୍ପ ହୋଇଥିଲା । ଏଥିରେ ୩୧,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ପଢନ୍ତୁ, ହରିୟାନାରେ ରେଳ ଦୁର୍ଘଟଣା, ଲାଇନଚ୍ୟୁତ ହେଇ ୨ କିମି ଗଡିଲା