EnewsOdia.Com

ଆଧାର କାର୍ଡ ନଥିଲେ ପାଠ ପଢ଼ିବା ମନା !

ଆଧାର କାର୍ଡ ନାହିଁ ତ ପାଠ ପଢିବା ନାହିଁ ! ଆଧାର କାର୍ଡ ଉଠାଇବାକୁ ଦିଆଯାଇଥିବା ଏଜେନ୍ସିର ଭୂଲ ପାଇଁ ପାଠ ପଢ଼ା ବନ୍ଦ ହେଲା । ଅନ୍ୟ ମାନଙ୍କ ପରି ସ୍କୁଲ ଯିବା, ପାଠ ପଢ଼ିବା ଉପରେ ରୋକ ଲାଗିଲା । ପଢିବାକୁ ଇଛା ଥିଲେ ବି ପାଠ ପଢାରେ ଡୋରି ବନ୍ଧା ହେଲା । ୩ଥର ଆଧାର କାର୍ଡ ପାଇଁ ଫଟୋ ଉଠାଇ ବି ମିଳିଲା ନାହିଁ ଆଧାର କାର୍ଡ । ଫଳରେ ନବମ ଶ୍ରେଣୀରେ ଆଡ଼ମିଶନ ପାଇଁ ମନା କରିଦେଲେ ପ୍ରଧାନ ଶିକ୍ଷକ । ସେଇଦିନରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ମେଧାବୀ ଛାତ୍ରର ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ଦିଆଗଲା ।

ଏହା ହେଉଛି ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକର ସିଲଫଡ଼ି ଗାଁର ଶିବଶଙ୍କର ମାହାଲିଙ୍କ କଥା । ଗରିବ ଘରର ପିଲା ହେଲେ ବି ପାଠ ପଢିବାକୁ ଭାରି ଇଚ୍ଛା । ସିଲଫଡ଼ି ସ୍କୁଲରେ ଅଷ୍ଟମ ପାସ କରିବା ପରେ ନବମ ଶ୍ରେଣୀରେ ଭର୍ତ୍ତି ପାଇଁ ନିକଟସ୍ଥ ବାଙ୍ଗିରିପୋଷି ବ୍ଲକରେ ଥିବା ବେଢାକୁଦର ସ୍ଥିତ ଜି.ସି ସ୍କୁଲକୁ ଗଲା ପରେ  ଆଧାର କାର୍ଡ ନଥିବାରୁ ପ୍ରଧାନ ଶିକ୍ଷକ ଶିବସଙ୍କରଙ୍କୁ ଆଡ଼ମିଶନ ପାଇଁ ସିଧାସଳଖ ମନା କରି ଦେଇଥିଲେ ।

୨୦୧୭ ମସିହା ଠାରୁ ୨୦୧୯ ପର୍ଯ୍ୟନ୍ତ ନିଜ ଆଧାର କାର୍ଡ ତିଆରି କରିବା ପାଇଁ ଚାରିଆଡେ ଦୌଡ଼ିବା ପରେ ମଧ୍ୟ ଆଧାର କାର୍ଡ ମିଳିପାରିନାହିଁ ଶିବଶଙ୍କରଙ୍କୁ । ଫଳରେ ପାଠ ପଢ଼ାରେ ଡୋରି ବନ୍ଧା ହେଲା ପରେ ଏବେ ବାର ଦୁଆରେ ମୂଲ ଲାଗୁଛନ୍ତି ଶିବଶଙ୍କର । ଏବିଷୟରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କିଛି କରିପାରିବେ ନାହିଁ କାରଣ ସରକାରୀ ନିୟମ ହିଁ ସେମିତି ଆମ ହାତରେ କିଛି ନାହିଁ ବୋଲି କହିଥିଲେ । ତେବେ କେବଳ ଏକ ଆଧାର କାର୍ଡ ପାଇଁ ଜଣେ ମେଧାବୀ ଛାତ୍ରର ଜୀବନ ସହ ଖେଳିବା କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଢନ୍ତୁ: ମଝି ଆକାଶରେ ଏୟାର ଇଣ୍ଡିଆ ବିମାନରେ ଲାଗିଲା ନିଆଁ

ସମ୍ବନ୍ଧିତ ଖବର

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

Ratnamani Maharana

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେଲା ‘ବୁଲ୍‌ବୁଲ୍‌’

Ratnamani Maharana

ଆରମ୍ଭ ହେଲା ବାଲିଯାତ୍ରା, ଆଠ ଦିନ ଦୁଲୁକିବ କଟକ

Ratnamani Maharana