Entertainment

ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ର ମୋଶନ ପୋଷ୍ଟର !

ବିନ୍ଦାସ ଲୁକ୍ ରେ ନଜର ଆସିଲେ ମୁଖ୍ୟ କଳାକାର

କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ର ପ୍ରଥମ ମୋଶନ ପୋଷ୍ଟର ରିଲିଜ କରାଯାଇଛି । କରଣ ଜୋହର ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି । କରଣ ଜୋହର ତିନୋଟି ମୋଶନ ପୋଷ୍ଟର ସେୟାର କରିଛନ୍ତି । ଏହି ପୋଷ୍ଟରେ ଫିଲ୍ମର ୩ ଲିଡ କଳାକାର ଟାଇଗର ଶ୍ରଫ, ଅନନ୍ୟା ପାଣ୍ଡେ ଏବଂ ତାରା ସୁତାରିଆ ନଜର ଆସିଛନ୍ତି ।

ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନୂଆ ମୋଶନ ପୋଷ୍ଟର ରିଲିଜ୍ ହେବା ପରେ, ଟାଇଗର ଶ୍ରଫଙ୍କର ଫ୍ୟାନ୍ସମାନଙ୍କ ମଧ୍ୟରେ ଏହି ଫିଲ୍ମଟିକୁ ଦେଖିବା ପାଇଁ ଆଗ୍ରହ ବଢି ଯାଇଛି । ତେବେ ତିନୋଟି ପୋଷ୍ଟର୍ସର ବ୍ୟାକଗ୍ରାଉଣ୍ଡ ଏକା ଭଳି ହିଁ ରହିଛି । ପ୍ରତିଥର ଭଳି ଟାଇଗର ଏଥର ମଧ୍ୟ ଆଥଲାଟିକ୍ ଲୁକରେ ନଜର ଆସିଛନ୍ତି ।

ପୁନୀତ ମଲହୋତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ନଭେମ୍ବର ୨୩ରେ ରିଲିଜ ହେବ । ଫିଲ୍ମଟି ୨୦୧୨ର ବ୍ଲକବଷ୍ଟର ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ର ସିକ୍ୱେଲ । ଫିଲ୍ମର ପ୍ରଥମ ଭାଗରେ ବରୁଣ ଧୱନ, ଆଲିୟା ଭଟ୍ଟ ଏବଂ ସିଦ୍ଧାର୍ଥ ମଲହୋତ୍ରା ଲିଡ୍ କ୍ୟାରେକ୍ଟରରେ ନଜର ଆସିଥିଲେ ।

ପଢନ୍ତୁ ;

ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ !

Related posts

ଅଡୁଆରେ ରାକ୍ଷୀ ସାୱନ୍ତ,ତନୁଶ୍ରୀ ଦାୟର କଲେ ୧୦ କୋଟିର ମାନହାନି ମକଦ୍ଦମା

ENO Beuro

‘ଫୋର୍ବସ ଏସିଆ’ ଅଣ୍ଡର୍‌ ୩୦ ତାଲିକାରେ ସ୍ଥାନ ପାଇଲେ ବଲିଉଡ୍‌ର ଏହି ନାୟିକା!

ENO Beuro

ହେଟ ଷ୍ଟୋରୀ ୪ର ଟ୍ରେଲର :ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ

ENO Beuro

1 comment

Leave a Comment