Loading...

୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ: ଅଧିକ ୯୦୦ ଟଙ୍କା ସହ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର୍‌

୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ: ଅଧିକ ୯୦୦ ଟଙ୍କା ସହ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର୍‌

ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ନଭେମ୍ବର ୧୪ ପରେ ‘ମୋ ସ୍କୁଲ’ ରାଜ୍ୟ କାର୍ଯ୍ୟାଳୟରୁ ଷ୍ଟିକର ସଂଗ୍ରହ କରିପାରିବେ। ୩୦ ତାରିଖରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ରେ ଷ୍ଟିକରିଂ କରାଯିବ।

ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସାଇକେଲ୍‌ ବଣ୍ଟନର ବ୍ୟବସ୍ଥା ହୋଇଛି। ‘ଗଙ୍ଗାଧର ମେହେର ଶିକ୍ଷା ମାନକବୃଦ୍ଧି’ ଯୋଜନାରେ ସାଇକେଲ୍‌ କିଣିବାକୁ ୨୦୨୩-୨୪ ଶିକ୍ଷାବର୍ଷରୁ ୩୫୦୦ ଟଙ୍କାର ଅର୍ଥରାଶି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦିଆଯାଉଛି। ବଢ଼ୁଥିବା ବଜାର ଦରକୁ ଦୃଷ୍ଟିରେ ରଖି ଏଥର ସାଇକେଲ୍‌ କିଣିବାକୁ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ୯୦୦ ଟଙ୍କାର ବ୍ୟବସ୍ଥା ହୋଇଛି। ଗତବର୍ଷ ସାଇକେଲ୍‌ ବାବଦରେ ୨୬୦୦ ଟଙ୍କା ଦିଆଯାଇଥିଲା। ମିଳିବାକୁ ଥିବା ଅର୍ଥରେ ଛାତ୍ରଛାତ୍ରୀ ସାଇକେଲ୍‌ କିଣିବା ପରେ ତାହାକୁ ବ୍ରାଣ୍ଡିଂ କରିବାକୁ ରାଜ୍ୟ ସରକାର ଚଳିତବର୍ଷ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପିଲାଙ୍କ ସାଇକେଲ୍‌ରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର୍‌ ଲାଗିବାକୁ ଯୋଜନା ପ୍ରସ୍ତୁତ ହୋଇଛି।

ସୂଚନାନୁସାରେ, ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ନଭେମ୍ବର ୧୪ ପରେ ‘ମୋ ସ୍କୁଲ’ ରାଜ୍ୟ କାର୍ଯ୍ୟାଳୟରୁ ଷ୍ଟିକର ସଂଗ୍ରହ କରିପାରିବେ। ୩୦ ତାରିଖରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ରେ ଷ୍ଟିକରିଂ କରାଯିବ। ସେହିଦିନ ସମସ୍ତ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ନିଜ ସାଇକେଲ୍‌ ସହ ବିଦ୍ୟାଳୟକୁ ଆସିବେ। ପ୍ରଧାନଶିକ୍ଷକଙ୍କ ତତ୍ତ୍ବାବଧାନରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ ଷ୍ଟିକରିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଅନ୍ୟପକ୍ଷରେ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ) ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଶୁକ୍ରବାର ପ୍ରଧାନଶିକ୍ଷକଙ୍କ ଦ୍ୱିତୀୟ ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.