Entertainment

‘ତୁ ମୋ ନୀଳ ନୟନା’ର ଶୁଭ ମହୁରତ

By Krishna Kumar Manoj

July 27, 2018

ଉଇସିଙ୍ଗ ଷ୍ଟାର ପ୍ରଡ଼ସ୍କନ ନିବେଦିତ ଓ ଏକ୍ସେଲ ମୁଭିଜର ୭ମ ଅବଦାନ ‘ତୁ ମୋ ନୀଳ ନୟନା’ ଚଳଚିତ୍ରର ଶୁଭ ମହୁରତ ଅନୁଷ୍ଟିତ ହୋଇଯାଇଛି। ରବୀନ୍ଦ୍ର ପଣ୍ଡା ନିବେଦିତ ଏହି ଫିଲ୍ମର ପ୍ରଯୋଜନ କରିଛନ୍ତି ରଞ୍ଜିତ ପ୍ରଧାନ ,ଡଲି ଓ ବୁଲୁ ପ୍ରଧାନ। ଫିଲ୍ମର ନିର୍ଦେଶନା ଓ ଚିତ୍ରନାଟ୍ୟରେ ଅଛନ୍ତି ପ୍ରଶାନ୍ତ ଲେଙ୍କା ଓ ସୁଧୀର ପୂଜାରୀ। ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ। ସଂଳାପ ଲେଖିଛନ୍ତି ଅଜୟ ସାମଲ। ଅଗଷ୍ଟ ମାସରୁ ଏହି ଫିଲ୍ମର ଶୁଟିଙ୍ଗ ଆରମ୍ଭ ହେବ।

ଫିଲ୍ମର ମୁଖ୍ୟ ଭୂମିକାରେ ଦୀପକ ,ପିଙ୍କି ଥିବାବେଳେ ଅନ୍ୟ ଚରିତ୍ରରେ ଅମନ, ମଣ୍ଟୁ,ପ୍ରତିଭା ପଣ୍ଡା ,କେକେ ,ନବାଗତ ଦୀପା ,ହରି ପ୍ରମୁଖ ଅଭିନୟ କରୁଛନ୍ତି। ପ୍ରଚାର ଓ ପ୍ରସାର ଦାୟିତ୍ଵରେ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠି। ଦୁଇଭାଇଙ୍କ ସମ୍ପର୍କକୁ ନେଇ ‘ତୁ ମୋ ନୀଳ ନୟନା’ର କାହାଣି ଗତିଶୀଳ। ଏକ ଜମିଦାର ପରିବାରକୁ କେନ୍ଦ୍ର କରି ବିଭିନ୍ୟ ଭୌତିକ ଘଟଣା ଘଟୁଛି। ତାହା ଫିଲ୍ମର କାହାଣୀ। ରୋମାଣ୍ଟିକ ଥ୍ରୀଲର ଏହି ଫିଲ୍ମଟିକୁ ଦର୍ଶକ ପସନ୍ଦ କରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା କରାଯାଇଛି।

ପଢନ୍ତୁ; ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ପାଦ ରଖି ଶୋଇବା ଅନୁଚିତ ହୋଇଥାଏ? ଜାଣନ୍ତୁ