News

ବିଜେପି ନିର୍ବାଚନୀ ଇସ୍ତାହାରରେ ମିଛ ପ୍ରତିଶ୍ରୁତି ଦର୍ଶାଇ ଟୁଇଟ୍‌ କଲେ ସୁବ୍ରମଣିୟାନ୍‌ ସ୍ୱାମୀ

ବିଜେପିର ନିର୍ବାଚନୀ ଇସ୍ତାହାରରେ ଦୁଇଟି ସାଙ୍ଘାତିକ ଭୁଲ୍‌

ନିକଟରେ ବିଜେପି  ପ୍ରକାଶ କରିଥିଲା ନିର୍ବାଚନୀ ଇସ୍ତାହାର । ଏହି ଇସ୍ତାହାରରେ ବିଜେପି ଜନସାଧାରଙ୍କୁ ଦେଇଛି ବହୁ ପ୍ରତିଶ୍ରୁତି  । ଦଳର ନିର୍ବାଚନୀ ଇସ୍ତାହାରରେ ଦୁଇଟି ସାଙ୍ଘାତିକ ଭୁଲ୍‌  ଥିବା ନେଇ ନିଜ ଟୁଇଟର ଆକାଉଣ୍ଟରେ ଟୁଇଟ  କରିଛନ୍ତି ବରିଷ୍ଠ ଭାରତୀୟ ଜନତା ପାର୍ଟିର ନେତା ଓ ରାଜ୍ୟସଭା ସାଂସଦ ସୁବ୍ରମଣିୟାନ୍‌ ସ୍ୱାମୀ ।ସୋମାବାର ଦିନ ‘ସଙ୍କଳ୍ପ ପତ୍ର’ ରିଲିଜ୍‌ କରିଥିବା ବିଜେପି ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା ବଢ଼ାଇବା ଲାଗି ପଣ କରିଛି। ସ୍ୱାମୀ ଦର୍ଶାଇଛନ୍ତି ଯେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ଅର୍ଥ ‘ବାର୍ଷିକ ଅଭିବୃଦ୍ଧି  ହାର ୨୪% କରିବା’ ଯାହା ହାସଲ କରିବା ଅତି କଷ୍ଟକର ବ୍ୟାପାର। ଅତି ବେଶୀରେ ବାର୍ଷିକ ଅଭିବୃଦ୍ଧି ହାର ୧୦% କରିହେବ।

ସେ ଆହୁରି କହିଛନ୍ତି କି, ଇସ୍ତାହାରରେ ଉଲ୍ଲେଖ ରହିଥିବା ଭାରତର ତୁଳନାତ୍ମକ ‘ଗ୍ରସ୍‌ ଡୋମେଷ୍ଟିକ୍‌ ପ୍ରଡକ୍ଟ୍‌’ ତୃତୀୟ ବୃହତ୍ତମ’ ଷଷ୍ଠ  ନୁହେଁ। ଏ ଦୁଇଟି ପ୍ରମାଦକୁ ସଂଶୋଧନ କରିବାକୁ ମୁଁ ରାଜନାଥ ସିଂହଙ୍କୁ ଖବର ଦେଇଛି। ଓ ବିଜେପି ଏହି ସବୁ ପ୍ରତିଶ୍ରୁତି ନିର୍ବାଚନୀ ଇସ୍ତାହାରରୁ ହଟାଇବା ପାଇଁ କହିଛନ୍ତି ସୁବ୍ରମଣିୟାନ୍‌ ସ୍ୱାମୀ।
ପଢନ୍ତୁ: ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ନବୀନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର

 

Related posts

ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାରଙ୍କ ୯୫ ବର୍ଷ ବୟସରେ ପରଲୋକ

ENO Beuro

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

ENO Beuro

ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ

ENO Beuro

Leave a Comment