EnewsOdia.Com

ଆମକୁ ଆଉ ୧୫୫ ଦିନ ଯୁଦ୍ଧ କରିବାକୁ ପଡିବ: ସୁବ୍ରତ ବାଗଚୀ

କରୋନା ଭାଇରସକୁ ନେଇ ରାଜ୍ୟ ସରକାର covid19.odisha,gov.in ପୋର୍ଟାଲ ଓ ୧୦୪ ନମ୍ବର ଜାରି କରିଛନ୍ତି । ତେବେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ପୋର୍ଟଲାରେ ୨୧୩୧ ଜଣ ରେଜିଷ୍ଟ୍ରେସନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକ ୟୁଏଇ, ୯ ପ୍ରତିଶତ ଲୋକ ୟୁଏସ, ୪ ପ୍ରତିଶତ ଲୋକ ୟୁକେ ର ବୋଲି ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମୀଳନିରେ କହିଛନ୍ତି । ସେହିପରି ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ମଧ୍ୟରୁ କେବଳ ମାଲକାନାଗିରିରୁ କୌଣସି ଲୋକ ପୋର୍ଟାଲରେ ରେଜିଷ୍ଟ୍ରେସନ କରିନାହାନ୍ତି । ସବୁଠାରୁ ଅଧିକ ଲୋକ ଭୁବନେଶ୍ୱର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ବାଲେଶ୍ୱର ଜିଲ୍ଲାର ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

ରେଜିଷ୍ଟ୍ରେସନ କରିଥିବା ଲୋକ ମାନଙ୍କ ମଧ୍ୟରୁ ୯୭ ପ୍ରତିଶତ ଲୋକ ବୃଦ୍ଧା ଥିବାର କହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ସମସ୍ତ କରୋନା ଭାଇରସରେ ଆକ୍ରାନ୍ତ ନାହାନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି । ଆଉ ୫ ଟି ଦେଶକୁ ଆଜି କରୋନା ଭାଇରସ ବ୍ୟାପିବା ସହ ମୋଟ ୧୬୭ ଦେଶରେ କରେନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମକୁ ଆଉ ୧୫୫ ଦିନ ଏହି ଭାଇରସ ସହ ଲଢିବାକୁ ପଡିବ । ଭାରତରେ ୧୪୮ ଜଣଙ୍କ ମଧ୍ୟରେ କରେନା ଭାଇରସ ଚିହ୍ନଟ ହୋଇଛି । ରାଜ୍ୟରେ ୪୭ ଜଣଙ୍କ କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୪୬ ଜଣଙ୍କ ରିର୍ପୋଟ ନେଗେଟିଭ ଆସିଛି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।

ପଢନ୍ତୁ: କରୋନା ପାଇଁ ରାଜଧାନୀର ୧୭ ହାଟ ଉପରେ ଲାଗିଲା କଟକଣା

ସମ୍ବନ୍ଧିତ ଖବର

ଖାଲି ପତ୍ନୀଙ୍କ ସହିତ ନୁହେଁ ଝିଅ ଜ୍ୱାଇଁଙ୍କ ସହିତ ଭାରତ ଆସୁଛନ୍ତି ଟ୍ରମ୍ଫ

Ratnamani Maharana

ଭାରତ ଅତୁଳନୀୟ କହିଲେ ରାଷ୍ଟ୍ରପତି ଟ୍ରମ୍ପ

Ratnamani Maharana

ପାରଳାଖେମୁଣ୍ଡି ମହାରାଜା ଗୋପୀନାଥ ଗଜପତିଙ୍କ ପରଲୋକ

Ratnamani Maharana

ୱେବ୍‌ସାଇଟରେ ଛଡ଼ାଗଲା ମାଟ୍ରିକ୍ ଆଡ୍‌ମିଟ୍‌ କାର୍ଡ

Ratnamani Maharana

କରୋନା ଭୂତାଣୁ ସହ ଜନ୍ମ ନେଲେ ଚୀନର ନବଜାତ

Ratnamani Maharana

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana