ଏହି ପରୀକ୍ଷଣ ସେନାର ବରିଷ୍ଠ କମାଣ୍ଡର ଏବଂ ଡିଆରଡିଓରର ବରିଷ୍ଠ ବୈଜ୍ଞାନିକଙ୍କ ଉପସ୍ଥିତିରେ କରାଯାଇ ଥିଲା। ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ହେଲିକପ୍ଟରରୁ ଲଞ୍ଚ କରାଯାଉଥିବା ଟ୍ୟାଙ୍କ ବିଧ୍ଵଂସକାରୀ କ୍ଷେପଣାସ୍ତ୍ର ‘ହେଲିନା’ ର ଆଜି ସଫଳତାପୂର୍ବକ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ ଏବଂ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି । ଆଜିର ସଫଳ ପରୀକ୍ଷଣରେ ନିୟୋଜିତ ଦଳର ଉଦ୍ୟମକୁ ସଚିବ, ପ୍ରତିରକ୍ଷା ବିଭାଗର ଆର ଆଣ୍ଡ ଡି ଏବଂ ଡିଆରଡିଓ ଅଧ୍ୟକ୍ଷ ଡ଼. ଜି ସତୀଶ ରେଡ୍ଡୀ ପ୍ରଶଂସା କରିଛନ୍ତି ଏବଂ କଠିନ ପରିସ୍ଥିତିରେ କରାଯାଇଥିବା ଏହି ପ୍ରଶଂସନୀୟ ପ୍ରଚେଷ୍ଟା ପାଇଁ ଟିମକୁ ଅଭିନନ୍ଦନ ଜଣାଇଛନ୍ତି।
ଚତୁର୍ଥ ଲହର ଚିନ୍ତା: ଆଜି ମଧ୍ୟାହ୍ନ ୧୨ଟାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ଚତୁର୍ଥ ଲହର ଚିନ୍ତା। ଦେଶର କୋଭିଡ ସ୍ଥିତି ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ।