EnewsOdia.Com

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇଟାଲୀୟ ଅନ୍ତର୍ଜାତୀୟ ବାଲୁକା କଳା ପରସ୍କାର ୨୦୧୯ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଇଟାଲୀରେ ଚଳିତ ମାସ ୧୩ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ଏହି ପୁରସ୍କାର ଦିଆଯିବ। ସୁଦର୍ଶନ ଏହି ଉତ୍ସବରେ ଭାରତର ପ୍ରତିନିଧିତ୍ବ କରିବେ। ୮ ଜଣ ବାଲୁକା ଶିଳ୍ପୀ ଆନ୍ତର୍ଜାତିକ ସ୍କୋରାନା ସ୍ୟାଣ୍ଡ ନାଟିଭିଟି ଉତ୍ସବରେ ଅଂଶ ଗ୍ରହଣ କରିବେ। ଏ ନେଇ ତାଙ୍କୁ ଆୟୋଜକ କମିଟି ଅଧ୍ୟକ୍ଷ ଜଣାଇଥିବା ଜଣାପଡିଛି।

ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ସୁଦର୍ଶନ କହିଛନ୍ତି ଯେ ସେ ଇଟାଲୀରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଯୋଗ ଦେବେ। ବାଲୁକା କଳା ମାଧ୍ୟମରେ ବିଭିନ୍ନ ସାମାଜିକ ବାର୍ତ୍ତା ଦେଉଥିବା ସୁଦର୍ଶନ ପଟ୍ଟନାୟକ ୬୦ରୁ ଅଧିକ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବରେ ଅଂଶଗ୍ରହଣ କରି ମାନ ସମ୍ମାନ ସହ ଦେଶ ପାଇଁ ଖ୍ୟାତି ଅର୍ଜନ କରିଛନ୍ତି।

ପଢନ୍ତୁ: ସ୍ବର୍ଗଦ୍ବାରର ହେବ ନବକଳେବର, ବିଜୁଙ୍କ ସମାଧି ଭାଙ୍ଗିବାକୁ ନବୀନଙ୍କ ଘୋଷଣା

ସମ୍ବନ୍ଧିତ ଖବର

ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର

Ratnamani Maharana

ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

Ratnamani Maharana

ମାମାଲ୍ଲାପୁରମ୍‌ ବେଳାଭୂମିରେ ‘ପ୍ଲଗିଙ୍ଗ୍‌’ କଲେ ପ୍ରଧାନମନ୍ତ୍ରୀ ମୋଦି

Ratnamani Maharana

ବୋଝ ଉପରେ ଲଳିତା ବିଡ଼ା; ଡାଲି ଦର ୧୦୦ ଟଙ୍କା ଡେଇଁଲା

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana

ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

Ratnamani Maharana