News

ଲଳିତକଳା ଏକାଡେମୀର ସଭାପତି ହେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

sudarshan

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲଳିତକଳା ଏକାଡେମୀର ନୂତନ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମଧ୍ୟ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।

ସଭାପତି ପଦବୀ ପାଇବା ପରେ ସୁଦର୍ଶନ ନିଜ ଖୁସି ବ୍ୟକ୍ତ କରି କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ଏତେବଡ଼ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ମୋର କୃତଜ୍ଞତା ଜଣାଉଛି। ଏକାଡେମୀର ସଭାପତି ଭାବେ ମୋର ପ୍ରଥମ ପଦକ୍ଷେପ ରହିବ, ଓଡ଼ିଶାର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶିଳ୍ପୀ ଓ କଳାକାରମାନଙ୍କ ପାଖରେ ଲଳିତକଳା ଏକାଡେମୀ ଯେପରି ପହଞ୍ଚିପାରିବ।

sudarshan

ସୂଚନାଯୋଗ୍ୟ ଯେ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା ପରେ ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ପଦରୁ ଶ୍ରୀ ମହାପାତ୍ର ଇସ୍ତଫା ଦେଇଥିଲେ । ଏହି ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ପଦବିରେ ରାଜ୍ୟ ସରକାର ସୁଦର୍ଶନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପଢନ୍ତୁ; ‘100% LOVE’ର ଶୁଭ ମୁହୁରତ

Related posts

ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟୁଇଟର ପୃଷ୍ଠାରେ ଛାଡି ବିବାଦରେ କେନ୍ଦ୍ରମନ୍ତ୍ରୀ!

ENO Beuro

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ENO Beuro

ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ

ENO Beuro

Leave a Comment