News

କଟକ-ଭୁବନେଶ୍ୱରର ପୁଲିସ କମିସନର୍‌ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ

Sudhansu 750x430

ଦୈତନଗରୀରେ ଅପରାଧ ନିୟନ୍ତ୍ରଣ କରିବା ରହିବ ବଡ ଚ୍ୟାଲେଂଜ

ଆଜି ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସୁଧାଂଶୁ ଷଡଙ୍ଗୀ । ଟ୍ବିନ୍‌ ସିଟିର ସପ୍ତମ ପୋଲିସ କମିଶନର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ୧୯୯୦ ବ୍ୟାଚ୍‌ ଆଇପିଏସ୍ ଅଫିସର ଡ. ସୁଧାଂଶୁ ଷଡଙ୍ଗୀ । ସତ୍ୟଜିତ୍ ମହାନ୍ତିଙ୍କଠାରୁ ବିଧିବଦ୍ଧ ଭାବେ ସେ ଦାୟିତ୍ବ ନେଇଛନ୍ତି ।ପୋଲିସ କମିଶନର ଭାବେ ତାଙ୍କ ସମ୍ମୁଖରେ ରହିବ ଅନେକ ଚ୍ୟାଲେଞ୍ଜ ।ଯେଉଁଥିରୁ ପ୍ରମୁଖ ହେଉଛି ଅପରାଧ ନିୟନ୍ତ୍ରଣ । ଗତ କିଛିଦିନ ମଧ୍ୟରେ ଟ୍ବିନ୍ ସିଟିରେ ବଢୁଥିବା ଅପରାଧ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ତେଣୁ ଅପରାଧ ରୋକିବାକୁ ପୋଲିସର ଫୋକସ୍ ରହିବ ।

ବିଶେଷ କରି ବେଆଇନ ବନ୍ଧୁକ କାରବାର ଉପରେ ରୋକ୍ ଲାଗାଇବା, ବ୍ରାଉନସୁଗାର କାରବାର ତଥା ବେପାରୀଙ୍କୁ ଧରିବା, ଅବାଧରେ ଚାଲିଥିବା ସେକ୍ସ ରାକେଟ୍ ଉପରେ ରୋକ୍ ଲଗାଇବା, ଲୁଟ୍ , ଛିନତାୟୀ, ରାହାଜାନୀ କବଳରୁ ଲୋଙ୍କୁ ସୁରକ୍ଷା ଦେବା  ମୁଖ୍ୟ ଚ୍ୟାଲେଞ୍ଜ ରହିବ ।  ସେପଟେ ସତ୍ୟଜିତ ମହାନ୍ତିଙ୍କୁ ଜେଲ୍ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ  ଭାବେ ବଦଳି କରାଯାଇଛି ।

ପଢନ୍ତୁ: ତିନିଦିନିଆ ଭାରତ ଗସ୍ତରେ ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ

Related posts

ଭାରତରେ ବି ବ୍ୟାନ୍‌ ହୋଇପାରନ୍ତି ପାକିସ୍ତାନ କଳାକାର

Ratnamani Moharana

ଡିପ୍ଲୋମାରେ ଶିକ୍ଷା ପାଇଁ ବଢିଲା ମହଙ୍ଗା

ENO Beuro

କେନ୍ଦ୍ର କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୭%କୁ ବୃଦ୍ଧି

ENO Beuro

Leave a Comment