Entertainment

ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯ ଜିତିଲେ ସୁଗନ୍ଧା ଦାତେ

Ll

ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍‌ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନର୍ସ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନର୍ସ ଅପ୍‌ ମହମ୍ମଦ ଫୈଜ୍‌ ହୋଇଛନ୍ତି।

ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୂର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର ତୁଳନା ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲଙ୍କ ସହ କରାଯାଇଛି। ନାଗପୁରରେ ଜନ୍ମିତ ସୁଗନ୍ଧା ୬ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା କରିଆସୁଛନ୍ତି। ସର୍ବପ୍ରଥମେ ସେ ତାଙ୍କ ମାଆଙ୍କଠୁ ସଙ୍ଗୀତ ଶିକ୍ଷା କରିଥିଲେ। ସୁଗନ୍ଧାଙ୍କ ପାଇଁ ଏହି ରିଏଲିଟି ଶୋ’ ପ୍ରଥମ ନୁହେଁ। ଏହା ପୂର୍ବରୁ ୨୦୧୩ରେ  ସେ ସୋନି ଟିଭିରେ ପ୍ରସାରିତ ମ୍ୟୁଜିକାଲ୍‌ ରିଏଲିଟି ଶୋ ‘ଇଣ୍ଡିଆନ୍‌ ଆଇଡଲ୍‌ ଜୁନିୟର୍‌’ରେ ଭାଗନେଇଥିଲେ ଓ ଫାଇନାଲ୍‌ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଥିଲେ।

ପଢନ୍ତୁ: ପ୍ରଥମ ଦିନରେ ବମ୍ପର ଓପନିଂ କଲା ‘ଭାରତ’

Related posts

କୃଷ୍ଣସାର ମୃଗ ଶିକାର ମାମଲା : ଆଜି ନିର୍ଦ୍ଧାରଣ ହେବ ସଲମାନଙ୍କ ଭାଗ୍ୟ

ENO Beuro

ବଲିଉଡ୍‌ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ଧମକ

ENO Beuro

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

Leave a Comment