• Home
  • LIFESTYLE
  • ସୁଗାର ଫ୍ରି ଖାଦ୍ୟପେୟରେ ସୁଗାର ଅଛି କି ନା, ପରୀକ୍ଷା କରିବା ପାଇଁ ଟିପ୍ସ
LIFESTYLE

ସୁଗାର ଫ୍ରି ଖାଦ୍ୟପେୟରେ ସୁଗାର ଅଛି କି ନା, ପରୀକ୍ଷା କରିବା ପାଇଁ ଟିପ୍ସ

ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡିତ । ଏଣୁ ଖାଦ୍ୟରେ ସନ୍ତୁଳନ ରକ୍ଷା ପାଇଁ ସେମାନେ ଚିନି ବଦଳରେ ବଜାରରେ ମିଳୁଥିବା ସୁଗାର ଫ୍ରି ଉତ୍ପାଦମାନ ବ୍ୟବହାର କରନ୍ତି । ଅଧିକାଂଶ ସମୟରେ ସୁଗାର ଫ୍ରି ଲେଖାଯାଇଥିବା ଖାଦ୍ୟ ସାମଗ୍ରୀ କିଣି ଆପଣ ଠକାମିର ଶିକାର ହୋଇଥାଆନ୍ତି । କାରଣ, ସୁଗାର ଫ୍ରି ନାଁରେ ବିଭିନ୍ନ କଂପାନୀଗୁଡିକ ଉପଭୋକ୍ତାଙ୍କୁ ବୋକା ବନଉଛନ୍ତି । ତେଣୁ, ଆଜି ଆମେ ଆପଣଙ୍କୁ ଏନେଇ କିଛି ଟିପ୍ସ ଜଣାଇବୁ ଯାହାଦ୍ୱାରା ଆପଣ ଜାଣିପାରିବେ, ଆପଣ କିଣିଥିବା ଜିନିଷଟି ସୁଗାର ଫ୍ରି କି ନୁହେଁ :-

  • ଯେତେବେଳେ ଆପଣ କିଛି ଜିନିଷ କିଣୁଛନ୍ତି ତେବେ ପ୍ରଡକ୍ଟର ଲେବୁଲକୁ ଧ୍ୟାନର ସହ ପଢନ୍ତୁ । ଯଦି କିଣିଥିବା ସାମଗ୍ରୀଟିର କୌଣସି ବି ଠାରେ ସୁଗାର ବା ମିଠା ବୋଲି ଲେଖାଯାଇଥିବାର ନଜର ଆସେ ତେବେ ବୁଝିଯିବେ କି ଉକ୍ତ ଜିନିଷଟି କେବେହେଲେ ସୁଗାର ଫ୍ରି ପ୍ରଡକ୍ଟ ନୁହେଁ ।
  • କିଛି କଂପାନୀ ନିଜ ପ୍ରଡକ୍ଟ ଲେବୁଲରେ ଅର୍ଗାନିକ୍ ସୁଗାର ଶଦ୍ଧର ପ୍ରାୟତଃ ବ୍ୟବହାର କରିଥାଆନ୍ତି । ତେବେ ଏହି ଶଦ୍ଧ ଉପରେ ନିଶ୍ଚୟ ଧ୍ୟାନ ଦେବା ଜରୁରୀ ହୋଇଥାଏ । କାରଣ, ଉପଭୋକ୍ତାଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି ଶଦ୍ଧର ପ୍ରୟୋଗ କଂପାନୀଗୁଡିକ ସାଧାରଣତଃ କରିଥାଆନ୍ତି । କିନ୍ତୁ ବାସ୍ତବରେ ଏଭଳି ସାମଗ୍ରୀରେ ମିଠା ଅଂଶ ଥାଏ ।
  • କିଣିବା ସମୟରେ ପ୍ରଡକ୍ଟ ଲେବୁଲରେ ଥିବା ସର୍ବ ମୋଟ ସୁଗାର ସ୍କେଲକୁ ମୁଖ୍ୟତଃ ଚେକ୍ କରନ୍ତୁ । କାରଣ, କିଛି କଂପାନୀ ଏହି ପ୍ରଡକ୍ଟରେ ବ୍ୟବହାର କରିଥିବା ସୁଗାରର ମାତ୍ରାକୁ ଉଲ୍ଲେଖ କରିଥାଆନ୍ତି ।
  • ଯଦି ଆପଣ କିଣିଥିବା ସାମଗ୍ରୀ ତଥା ପ୍ରଡକ୍ଟରେ ନାଚୁରାଲ୍ ସୁଗାର ସଂପର୍କରେ ଉଲ୍ଲେଖ ଥାଏ ତେବେ ଆପଣ ବୁଝି ଯାଆନ୍ତୁ କି ନାଚୁରାଲ ସୁଗାର ମଧ୍ୟ ସାମାନ୍ୟ ସୁଗାର ଭଳି କ୍ଷତିକାରକ ହୋଇଥାଏ । ବିଭିନ୍ନ ଫଳ ରସରେ ତିଆରି ପ୍ରଡକ୍ଟରେ ଥିବା ନାଚୁରାଲ୍ ସୁଗାର ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ହାନୀକାରକ ହୋଇଥାଏ ।

ନ୍ୟୁଟ୍ରିସନ ଏକ୍ସପୋର୍ଟ ଇ.ସି ଖୋସଲୋ ଏକ ସାକ୍ଷତକାରରେ କହିଥିଲେ ଯେ ‘’କୌଣସି ପ୍ରଡକ୍ଟ ହୁଏତ ଫ୍ୟାଟ୍ ଫ୍ରି ହୋଇଥାଇପାରେ ମାତ୍ର ଏହା କହିବା ସଂପୂର୍ଣ୍ଣ ଭୂଲ ହେବ ଯେ ଏଥିରେ ସୁଗାରର ମାତ୍ରା ଅଧିକ ନ ଥାଇପାରେ ବୋଲି । ଏଥିପାଇଁ କିଣିବା ସମୟରେ ଆପଣ ଏହାର ଲେବୁଲକୁ ଭଲଭାବରେ ତଦାରଖ କରିବା ଜରୁରୀ ଅଟେ ।’’

ପଢନ୍ତୁ, ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

Related posts

କ’ଣ ଧୂପକାଠି ଧୂଆଁ ଶରୀରପାଇଁ କ୍ଷତିକାରକ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ପ୍ରେମ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି କି ? ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

ଆସନ୍ତୁ ଜାଣିବା ଘରେ ଗୋଟାଏ ତେଜପତ୍ର ଜାଳିବା ଦ୍ଵାରା କି ଉପକାର ମିଳେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More