LIFESTYLE

ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି

ଆଜିକାଲି ଦୁନିଆରେ ଲୋକମାନଙ୍କ ଠାରେ ରୋଗ-ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି । ସେଥି ମଧ୍ୟରୁ ମୁଖ୍ୟ ରୋଗ ହେଉଛି ଡାଇବେଟିସ ବା ମଧୁମେହ, ଯାହାକି ୭୫ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ଏଥିପାଇଁ ଏହି ରୋଗୀଙ୍କୁ ଅନେକ ନିୟମ ମାନି ଚଳିବାକୁ ମଧ୍ୟ ପଡୁଛି । ଖାଦ୍ୟରେ ଚିନି , ଆଳୁ ଏମାନଙ୍କ ପାଇଁ ଖାଇବା ମନା । ତେବେ ମିଠା ପ୍ରିୟ ଲୋକେ ମଧୁମେହର ଶିକାର ହେଲେ , ତାଙ୍କୁ ବହୁତ ଅସୁବିଧା ହୋଇଥାଏ । ଯାହା ଫଳରେ ଖାଦ୍ୟରେ ମିଠା ସ୍ଵାଦ ପାଇଁ ସେମାନେ ଚିନି ପରିବର୍ତ୍ତେ ବଜାରରେ ମିଳୁଥିବା କିଛି ବ୍ରାଣ୍ଡର ସୁଗାର ଫ୍ରି ବ୍ୟବହାର କରନ୍ତି । ଏହି ସୁଗାର ଫ୍ରି ଖାଦ୍ୟକୁ ଚିନି ପରି ମିଠା ସ୍ଵାଦ ଦେଇଥାଏ । ବଜାରରେ ଏହା ଉଭୟ ବଟିକା ଓ ଲିକ୍ଵୀଡ ରୂପରେ ଉପଲବ୍ଧ । କିନ୍ତୁ ଯଦି ଆପଣ ମଧୁମେହ ରୋଗୀ ଏବଂ ସ୍ୱାସ୍ଥକୁ ଠିକ୍ ରଖିବା ପାଇଁ ଚିନି ବଦଳରେ ସୁଗାର ଫ୍ରୀ ବଟିକା ବ୍ୟବହାର କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଏହି ସୁଗାର ଫ୍ରୀ ବଟିକା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇପାରେ।

  • ଅନେକ ଲୋକ ଚାହା ଓ ଅନ୍ୟ ଖାଦ୍ୟରେ ଚିନି ବଦଳରେ ଆର୍ଟିଫିସିଆଲ୍ ସ୍ୱିଟନର ବା କୃତ୍ରିମ ମିଠା ପକାନ୍ତି। ଏଥିଯୋଗୁଁ ମଧୁମେହ, ହାଇବ୍ଲଡ୍‌ପ୍ରେସର ଓ ହୃତ୍‌ପିଣ୍ଡ ସମ୍ବନ୍ଧୀୟ ରୋଗ ହୋଇପାରେ।
  • କାନାଡାର ମାନିଟୋବା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଆର୍ଟିଫିସାଆଲ ସ୍ୱିଟନର ବ୍ୟବହାର କରୁଥିବା ଲୋକଙ୍କ ପାଚନତନ୍ତ୍ର ଉପରେ କୁପ୍ରଭାବ ପଡ଼େ। ଏହାକୁ ବ୍ୟବହାର କଲେ ଭୋକ ହୁଏ ନାହିଁ।
  • ଗବେଷକଙ୍କ ଅନୁସାରେ ଲୋକଙ୍କୁ ଲାଗିଥାଏ କି ଚିନି ବଦଳରେ ଆର୍ଟିଫିସିଆଲ ସ୍ୱିଟନର ବ୍ୟବହାର କରିବା ଦ୍ୱାରା ସେମାନେ ସୁସ୍ଥ ରହିବେ। କିନ୍ତୁ ସେମାନଙ୍କୁ ଜଣା ନଥାଏ ଯେ ଏହାକୁ ଖାଇବା ଦ୍ୱାରା ମୋଟାପଣ ଏବଂ ହୃଦ୍‌ରୋଗ ହୋଇଥାଏ।
  • ଆର୍ଟିଫିସିଆଲ ସ୍ୱିଟନରରେ ଏସ୍ପାର୍ଟମ, ସୁକ୍ରଲୋଜ ଏବଂ ସ୍ୱେବିଆ ପରି ତତ୍ତ୍ୱ ରହିଛି। ଏହା ଦ୍ୱାରା ଆପଣ ବିଭିନ୍ନ ହୃଦ୍‌ରୋଗ ସହିତ ଉଚ୍ଚ ରକ୍ତଚାପ ଓ ମଧୁମେହର ଶିକାର ହୋଇପାରନ୍ତି।

ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି

ପଢନ୍ତୁ, ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

Related posts

ଏହି ସ୍ଥାନରେ ରଖନ୍ତୁ ନାହିଁ ମୋବାଇଲ ଫୋନ୍ ,ନଚେତ୍ ପଡ଼ିପାରନ୍ତି ଅସୁବିଧାରେ!

ENO Beuro

ଅଦ୍ଭୁତ ପରମ୍ପରା :୫ ଦିନ ପର୍ଯ୍ୟନ୍ତ ମହିଳାଙ୍କୁ ରହିବାକୁ ପଡ଼ିଥାଏ ବିବସ୍ତ୍ର

ENO Beuro

ଅଣ୍ଡା ଖାଇବା ଆମ ଶରୀର ପାଇଁ କେତେ ଲାଭଦାୟକ ଓ କେତେ କ୍ଷତିକାରକ ଜାଣନ୍ତୁ

ENO Beuro

2 comments

Leave a Comment