LIFESTYLE

ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

By ENO Beuro

November 10, 2017

ଆଜିକାଲି ଦୁନିଆରେ ଲୋକମାନଙ୍କ ଠାରେ ରୋଗ-ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି । ସେଥି ମଧ୍ୟରୁ ମୁଖ୍ୟ ରୋଗ ହେଉଛି ଡାଇବେଟିସ ବା ମଧୁମେହ, ଯାହାକି ୭୫ ପ୍ରତିଶତ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । ଏଥିପାଇଁ ଏହି ରୋଗୀଙ୍କୁ ଅନେକ ନିୟମ ମାନି ଚଳିବାକୁ ମଧ୍ୟ ପଡୁଛି । ଖାଦ୍ୟରେ ଚିନି , ଆଳୁ ଏମାନଙ୍କ ପାଇଁ ଖାଇବା ମନା । ତେବେ ମିଠା ପ୍ରିୟ ଲୋକେ ମଧୁମେହର ଶିକାର ହେଲେ , ତାଙ୍କୁ ବହୁତ ଅସୁବିଧା ହୋଇଥାଏ । ଯାହା ଫଳରେ ଖାଦ୍ୟରେ ମିଠା ସ୍ଵାଦ ପାଇଁ ସେମାନେ ଚିନି ପରିବର୍ତ୍ତେ ବଜାରରେ ମିଳୁଥିବା କିଛି ବ୍ରାଣ୍ଡର ସୁଗାର ଫ୍ରି ବ୍ୟବହାର କରନ୍ତି । ଏହି ସୁଗାର ଫ୍ରି ଖାଦ୍ୟକୁ ଚିନି ପରି ମିଠା ସ୍ଵାଦ ଦେଇଥାଏ । ବଜାରରେ ଏହା ଉଭୟ ବଟିକା ଓ ଲିକ୍ଵୀଡ ରୂପରେ ଉପଲବ୍ଧ । କିନ୍ତୁ ଯଦି ଆପଣ ମଧୁମେହ ରୋଗୀ ଏବଂ ସ୍ୱାସ୍ଥକୁ ଠିକ୍ ରଖିବା ପାଇଁ ଚିନି ବଦଳରେ ସୁଗାର ଫ୍ରୀ ବଟିକା ବ୍ୟବହାର କରୁଛନ୍ତି, ତା’ହେଲେ ସତର୍କ ହୋଇଯାଆନ୍ତୁ। ଏହି ସୁଗାର ଫ୍ରୀ ବଟିକା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇପାରେ।

ପଢନ୍ତୁ, ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ