ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ସୁଗାର ଫ୍ରି ମିଠା ନାଁରେ ଲୋକଙ୍କୁ ଠକୁଛନ୍ତି ମିଠା ବ୍ୟବସାୟୀ। ମଧୁମେହ ରୋଗରେ ଆକ୍ରାନ୍ତ ଲୋକମାନେ ସୁଗାର ଫ୍ରି ମିଠା ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ରାଜଧାନୀର କିଛି ମିଠା ଦୋକାନୀ ସୁଗାର ଫ୍ରି ମିଠା ନାଁରେ ଲୋକଙ୍କ ମଧୁମେହ ରୋଗ ବଢ଼ାଉଛନ୍ତି।
ସୁଗାର ଫ୍ରି ମିଠା ନାଁରେ ଲୋକଙ୍କୁ ଠକୁଛନ୍ତି ମିଠା ବ୍ୟବସାୟୀ। ମଧୁମେହ ରୋଗରେ ଆକ୍ରାନ୍ତ ଲୋକମାନେ ସୁଗାର ଫ୍ରି ମିଠା ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ରାଜଧାନୀର କିଛି ମିଠା ଦୋକାନୀ ସୁଗାର ଫ୍ରି ମିଠା ନାଁରେ ଲୋକଙ୍କ ମଧୁମେହ ରୋଗ ବଢ଼ାଉଛନ୍ତି। ରାଜଧାନୀରେ ଥିବା ସରକାରୀ ଖାଦ୍ୟ ପରୀକ୍ଷାଗାରରେ ମିଠା ଦୋକାନୀଙ୍କ ଏଭଳି ମିଛ ଧରା ପଡ଼ିଛି। ଯାହାକୁ ନେଇ ଲୋକମାନଙ୍କ ମନରେ ଛନକା ପଶିଛି।
ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜଧାନୀର ଏକ ମିଠା ଦୋକାନରୁ ସୁଗାର ଫ୍ରି ଛେନାପୋଡ଼ କିଣିବା ପରେ ତାହାକୁ ଖାଦ୍ୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ସଂପୃକ୍ତ ମିଠାରେ ସୁଗାର ବା ଚିନି ପଜିଟିଭ୍ ରହିଥିବା ସ୍ପଷ୍ଟ ହୋଇଛି। ସୁଗାରର ଉପସ୍ଥିତି କାରଣରୁ ସଂପୃକ୍ତ ଛେନାପୋଡ଼ ନିମ୍ନମାନର ଥିବା ରିପୋର୍ଟରେ କୁହାଯାଇଛି। ତେବେ ସଂପୃକ୍ତ ଛେନାପୋଡ଼ରେ କୌଣସି ପ୍ରକାର ମିନେରାଲ ଅଏଲ ନ ଥିବା ବେଳେ କୃତ୍ରିମ ରଙ୍ଗ ମିଶିଥିବା ନେଇ କୌଣସି ସ୍ପଷ୍ଟ ଉତ୍ତର ଦିଆଯାଇ ନାହିଁ।
ମିଠା ଦୋକାନରେ ସୁଗାର ଫ୍ରି ମିଠା ଅନ୍ୟ ସାଧାରଣ ମିଠା ତୁଳନାରୁ ଅଧିକ ଦରରେ ବିକ୍ରି ହୋଇଥାଏ। ସାଧାରଣ ଲୋକମାନେ ବିଶ୍ବାସର ସହିତ ସଂପୃକ୍ତ ମିଠା କିଣୁଥିବା ବେଳେ ଦୋକାନୀମାନେ ଲୋକଙ୍କୁ ମିଥ୍ୟା ପ୍ରିତଶ୍ରୁତି ଦେଇ ଭକୁଆ ବନାଉଛନ୍ତି। ଏ ଦୃଷ୍ଟିରୁ ଏଭଳି ସୁଗାର ଫ୍ରି ମିଠା ବିକ୍ରି କରୁଥିବା ଦୋକାନୀମାନଙ୍କ ମିଠା ପରୀକ୍ଷା କରାଯିବାକୁ ସାଧାରଣରେ ଦାବି ହୋଇଛି। ନିୟମିତ ବ୍ୟବଧାନରେ ଚଢ଼ାଉ କରାଗଲେ ଦୋକାନୀମାନେ ଏଭଳି ମିଥ୍ୟା ପ୍ରଲୋଭନରୁ ନିବୃତ୍ତ ରହିବେ ବୋଲି ଲୋକମାନେ ଦାବି କରିଛନ୍ତି।
ଅପରପକ୍ଷରେ ରାଜ୍ୟ ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ କହିଛନ୍ତି, ପରୀକ୍ଷାଗାରରେ ଯେଉଁ ମିଠା ପରୀକ୍ଷା କରାଯାଇଛି ତହିଁରେ ସୁଗାର ରହିଥିବା ରିପୋର୍ଟ ପଜିଟିଭ୍ ଆସିଛି। ତେବେ ସୁଗାର ଶ୍ରେଣୀରେ ଗ୍ଲୁକୋଜ, ଫ୍ରୁକ୍ଟୋଜ୍ ଓ ସୁକ୍ରୋଜ୍ ଭଳି ଅନ୍ୟ ଉପାଦାନ ଆସୁଥିବାରୁ ଏଥିରେ ଗ୍ଲୁକୋଜ୍ ରହିଛି କି ନାହିଁ ତାହା ସ୍ପଷ୍ଟ ଭାବେ କହିବା ସମ୍ଭବ ନୁହେଁ। କାରଣ ସୁଗାର ଫ୍ରି ମିଠାରେ କ୍ୟାଲୋରି ପରିମାଣ ଯଥେଷ୍ଟ କମ୍ ରହିଥାଏ। ତେଣୁ ଏଭଳି ମିଥ୍ୟା ପ୍ରଲୋଭନ ଦେଖାଉଥିବା ଦୋକାନୀମାନଙ୍କ ବିରୋଧରେ ଉପଭୋକ୍ତା ସୁରକ୍ଷା ଆଇନା ବା ସିସିପିଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।