Featured

ଆପଣ ଅଧିକ ଚିନି ଖାଆନ୍ତି କି ?ଏହା ଶରୀର ପାଇଁ କ୍ଷତିକାରକ ଅଟେ । ଜାଣନ୍ତୁ ଏହାର କାରଣ କ’ଣ

ଅନେକ ଲୋକ ମିଠା ଖାଇବାକୁ ଭଲ ପାଆନ୍ତି । ଚିନି ଆମକୁ ମିଠା ଲାଗେ ଓ ଖାଦ୍ୟକୁ ସ୍ୱାଦିଷ୍ଟ କରାଇଥାଏ । ହେଲେ ଏହା ଶରୀର ପାଇଁ ଯେ ଘାତକ ତାହା ଆମେ ଜାଣି ନଥାଉ ବା ଜାଣି ବି ସେଥିରୁ ନିବୃତ୍ତ ହୋଇ ନଥାଉ । ଏବେ ଆସନ୍ତୁ ଜାଣିବା ଚିନି ଆମର କି କ୍ଷତି କରିଥାଏ ,

ପ୍ରଥମତଃ ଏହା ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ଉପରେ କୁପ୍ରଭାବ ପକାଇଥାଏ । ଯଦି ସୀମିତ ମାତ୍ରା ଚିନି ନ ଖାଆନ୍ତି, ତେବେ ତାହା ଜହର ସଦୃଶ । ମାତ୍ରାଧିକ ଚିନି ଖାଇଲେ, ଶରୀରେ ଗ୍ଲୁକୋଜ୍ -୬ ଫସଫେଟର ମାତ୍ରା ବଢିଥାଏ । ଫଳରେ ହୃଦଘାତ ଭଳି ସମସ୍ୟା ଉପୁଜିବାର ଆଶଙ୍କା ମଧ୍ୟ ରହିଛି ।

ଏହାସହ ଆପଣ ମଧ୍ୟ ମଧୁମେହ ରୋଗର ଶିକାର ହୋଇପାରନ୍ତି ।

ଗବେଷଣାରୁ ଜଣାଯାଇଛିଯେ, ଶରୀରର କୋଷ ଓ ମସ୍ତିଷ୍କ ଚିନି କୁପ୍ରଭାବ ପକାଇଥାଏ । ଚିନି ଖାଇଲେ ମଳରେ ବାଇଲ୍ ଏସିଡର ମାତ୍ରା ମଧ୍ୟ ବଢ଼ିଯାଏ । ଏହା ଦ୍ୱାରା ଏଭଳି ପଦାର୍ଥ ସୃଷ୍ଟି ହୁଏ, ଯାହା କର୍କଟ ରୋଗର ବାହକ ହୋଇପାରେ ବୋଲି ଗବେଷଣାରୁ ଜଣାଯାଇଛି ।

ଯେଉଁମାନେ ଅଧିକ ପରିମାଣରେ ମିଠା ଖାଆନ୍ତି ସେମାନେ ଦନ୍ତକ୍ଷୟର ଶିକାର ହୋଇଥାନ୍ତି । ତା’ଛଡ଼ା ପାଟିରେ ସହଜରେ ବ୍ୟାକ୍ଟେରିଆମାନେ ଘର କରିପାରନ୍ତି । ଖାଲି ସେତିକି ନୁହେଁ ଏହା ଯକୃତକୁ ଦୁର୍ବଳ କରିଥାଏ । ମନେ ରଖନ୍ତୁ ଚିନିରେ ବିଶେଷ ପୁଷ୍ଟିସାର ନ ଥାଏ ।

ଗର୍ଭାବସ୍ଥାରେ ଅତ୍ୟଧିକ ପରିମାଣରେ ଚିନି ଖାଇଲେ ଗର୍ଭସ୍ଥ ଶିଶୁର ମାଂସପେଶୀ ଦୁର୍ବଳ ହୋଇଯାଏ । କ୍ରମାଗତ ଭାବେ ଚିନି ଖାଇଲେ ବ୍ଲଡ୍ ପ୍ରୋଟିନ୍ ମଧ୍ୟ ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ଶରୀରରେ ଫ୍ୟାଟ୍ ଓ କୋଲେଷ୍ଟ୍ରାଲ୍ ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ପର ହୁଏ ନାହିଁ  ।

ପଢନ୍ତୁ ;

“ଚର୍ଚ୍ଚାରେ ରହିଆସୁଥିବା ରିଲାଏନ୍ସ ଜିଓ , ଏବେ ପୁଣି ଥରେ ଚର୍ଚ୍ଚାରେ ” ଜାଣନ୍ତୁ ଚର୍ଚ୍ଚାର କାରଣ କ’ଣ

Related posts

“Bhubaneswar Style Week” With A Fashion Statement Of Traditional Pattachitra of Odisha

Jitendra

ଆପଣ ମାନେ ଜାଣନ୍ତି, କଞ୍ଚା ରସୁଣ ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ? ଆସନ୍ତୁ ଜାଣିବା

ENO Beuro

ନୀତି ଦିନିଆ ସାଧାରଣ ରୋଗ ଥଣ୍ଡା, କାଶ ଏବଂ ଜ୍ଵର ର କିଛି ଘରୋଇ ଉପଚାର

ENO Beuro

1 comment

Leave a Comment