EnewsOdia.Com

ମହଙ୍ଗା ହେବ ଚିନି!

ପ୍ରତିଦିନ ବ୍ୟବହାର ହେଉଥିବା ଚିନିର ଦର ବୃଦ୍ଧି ପାଇପାରେ । ଦେଶରେ ଚିନି ଉତ୍ପାଦନ କମିଥିବାରୁ ଏହି ଦର ବୃଦ୍ଧି ପାଇପାରେ । ଭାରତୀୟ ଚିନି ମିଲ ସଂଘ ଅନୁସାରେ ମହାରାଷ୍ଟ୍ରରେ ପ୍ରମୁଖ ଚିନି ଉତ୍ପାଦନ ହେଉଥିବା ବେଳେ ସେଠାରେ ମିଲ ଗୁଡିକର ସଂଖ୍ୟା କମ ଥିବାରୁ ଚିନି ଉତ୍ପାଦନ କମିଛି । ସଂଘ ଅନୁସାରେ ଚଳିତବର୍ଷ ଆର୍ଥିକ ବର୍ଷର ଅକ୍ଟୋବର ଠାରୁ ଜାନୁଆରୀ ମଧ୍ୟରେ ୧୪୧.୧୨ଲକ୍ଷ ଟନ ଚିନି ଉତ୍ପାଦନ ହୋଇଥିବା ବେଳେ ଗତବର୍ଷ ତୁଳନାରେ ଯାହା କି ୨୪ପ୍ରତିଶତ କମ ରହିଛି । ପ୍ରତିବର୍ଷ ଚିନି ଉତ୍ପାଦନ ମୁଖ୍ୟତଃ ଅକ୍ଟୋବରରୁ ସେପ୍ଟେମ୍ବର ମାସ ମଧ୍ୟରେ ହୋଇଥାଏ ।

ଅନ୍ୟପଟେ ପୂର୍ବବର୍ଷ ଏହି ସମୟରେ ଚିନି ଉତ୍ପାଦନ ୧୮୫.୫୯ ଲକ୍ଷ ଟନ ରହିଥିଲା । କିନ୍ତୁ ଏବର୍ଷ ୩୧ ଜାନୁଆରୀର ସ୍ଥିତି ଅନୁସାରେ ଦେଶରେ ୪୪୬ ଚିନି ମିଲ ଗୁଡିକ ୧୪୧.୧୨ଲକ୍ଷ ଟନ ଚିନି ଉତ୍ପାଦନ କରିଛନ୍ତି । ଭାରତୀୟ ଚିନି ମିଲ ସଂଘ ୨୦୧୯-୨୦ ବର୍ଷ ପାଇଁ ଦେଶର ଚିନି ଉତ୍ପାଦନ ୨୬୦ ଲକ୍ଷ ଟନ ରହିବା ନେଇ ଅନୁମାନ କରିଛି । ଚିନି ଉତ୍ପାଦନ କମିବା ପଛରେ ଇଥେନଲ ଉତ୍ପାଦନ ପାଇଁ ଆଖୁ ରସ ଏବଂ ବି ଗ୍ରେଡର ଶିରାର ହେବାକୁଥିବା ସ୍ଥାନାନ୍ତାରଣକୁ ଧ୍ୟାନରେ ରଖି ଅନୁମାନ କରାଯାଇଛି । ଶିରାର ଏଭଳି ସ୍ଥାନାନ୍ତରଣ ଫଳରେ ଚିନି ଉତ୍ପାଦନରେ ପ୍ରାୟ ୮.୫ଲକ୍ଷ ଟନ କମିବ । ଯାହାଫଳରେ ଚିନି ଦର ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ପଢନ୍ତୁ: ଭୂତ ସହର ପାଲଟିଲା ଉହାନ୍‌, ମକାଓ

ସମ୍ବନ୍ଧିତ ଖବର

ସରକାରଙ୍କ ନୂଆ ଯୋଜନା, ଶିଶୁ କନ୍ୟା ଜନ୍ମ ହାର ବୃଦ୍ଧି ଓ କନ୍ୟା ସନ୍ତାନଙ୍କ ସୁରକ୍ଷା

Ratnamani Maharana

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଶୈବପୀଠ

Ratnamani Maharana

ନିର୍ଭୟାକାଣ୍ଡର ୪ ଅଭିଯୁକ୍ତଙ୍କୁ ଶେଷଇଚ୍ଛା ଜଣାଇବାକୁ ପରାମର୍ଶ

Ratnamani Maharana

ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ପାଇଖାନା ଘର ସହ ବରପାତ୍ର ସେଲ୍ଫି ଦେଲେ କନ୍ୟାକୁ ମିଳିବ ୫୧ ହଜାର

Ratnamani Maharana