EnewsOdia.Com

୪ ଦିନର ସଂଘର୍ଷ ପରେ ଶେଷରେ ହାରିଗଲା ସୁଜିତ୍

ତାମିଲନାଡ଼ୁ ତିରୁଚିରାପ୍ପଲୀର ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟକୁ ଖସି ପଡ଼ି ଗତ ଚାରି ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଥିବା ଦୁଇ ବର୍ଷ ବୟସ୍କ ବାଳକ ସୁଜିତ୍‌ ଓ୍ୱିଲସନ୍ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି। ସୁଜିତ୍‌କୁ ମଧ୍ୟରାତ୍ରୀରେ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍। ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ସୁଜିତକୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନି। ଶିଶୁଟିର ମୃତ୍ୟୁ‌ରେ ସମଗ୍ର ଅଂଚଳ ଓ ପରିବାର ସ୍ତବ୍ଧ ପାଲଟି ଯାଇଛି ।

ସୂଚାନଯୋଗ୍ୟ ଯେ ଗତ ୨୫ ତାରିଖରେ ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ଏକ ପରିତ୍ୟକ୍ତ ନଳକୂପର ୩୦ ଫୁଟ ତଳକୁ ଖସି ପଡିଥିଲା । ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଥିଲା ।  ପ୍ରାୟ ୩୦ ଫୁଟ୍ ତଳେ ଥିବା ସୁଜିତକୁ ଉଦ୍ଧାର ପାଇଁ ନିକଟରେ ଅନ୍ୟ ଏକ ଗାତ ଖୋଳାଯାଇଥିଲା।

 

ତେବେ ବଡ଼ ପଥର ଆଚ୍ଛାଦିତ ଅଞ୍ଚଳ ହୋଇଥିବାରୁ ଏଥିରେ ବାଧା ଉପୁଜୁଥିଲା।ପଥର ବ୍ଲାଷ୍ଟ କରିବା ଦ୍ୱାରା ମୁଖ୍ୟ ଗାତ ପୋତି ହେବା ଆଶଙ୍କାରେ ଏପରି କରାଯାଇନଥିଲା। ଗତକାଲି ରାତିରେ ଅପରେସନ୍ ବେଳେ ସୁଜିତ୍ ଫସିଥିବା ଗାତରୁ ଦୁର୍ଗନ୍ଧ ବାହାରୁଥିବା ଅନୁମାନ କରାଯାଇଥିଲା। ଏହାପରେ ସୁଜିତ୍‌କୁ ଉଦ୍ଧାର କରିବା ବେଳେ ସେ ବହୁ ଘଣ୍ଟା ପୂର୍ବରୁ ପ୍ରାଣ ହରାଇଥିବା ଜଣାପଡ଼ିଛି।

ପଢନ୍ତୁ: ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

ସମ୍ବନ୍ଧିତ ଖବର

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

୫୫ ହଜାର ଟଙ୍କାରେ ନିଲାମ ହେଲା ଦେବୀଙ୍କୁ ସମର୍ପିତ ୪୦ କିଲୋଗ୍ରାମର ଦିବ୍ୟ ଲଡୁ

Ratnamani Maharana

ଜିଓର ଧମାକାଦାର ‘ଅଲ୍‌-ଇନ-ୱାନ’ ପ୍ଲାନ୍

Ratnamani Maharana

OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା

Ratnamani Maharana

ନଗଡ଼ାରେ ବଦଳୁନି ଭୋକର ଭୂଗୋଳ : ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ

Ratnamani Maharana