Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ଶୁଖା ଚିକେନ”

Chicken-Pepper-Dry

ଆବଶ୍ୟକୀୟ ସାମଗ୍ରୀ

ଚିକେନ ୫୦୦ ଗ୍ରାମ, ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସାଲା, ଗୋଲମରୀଚ ଗୁଣ୍ଡ, ଲେମ୍ବୁରସ, ଦହି, କଟା ପିଆଜ, ଅଦା ରସୁଣ ବଟା, ବେସନ, ମଇଦା, ତେଲ  ଓ ଆବଶ୍ୟକ ପରିମାଣର ଲୁଣ।

ଆସନ୍ତୁ ଜାଣିବା ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖନ୍ତୁ। ଏବେ ଏହି ଚିକେନରେ ଧନିଆ ଗୁଣ୍ଡ, ଜୀରା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସାଲା, ଗୋଲମରୀଚ ଗୁଣ୍ଡ, ଲେମ୍ବୁରସ, ଦହି, କଟା ପିଆଜ, ଅଦା ରସୁଣ ବଟା, ବେସନ, ମଇଦା ଓ ଆବଶ୍ୟକ ପରିମାଣରେ ଲୁଣ ପକେଇ ଗୋଳେଇ ରଖନ୍ତୁ। ଗୋଳେଇବା ପରେ ଏହାକୁ ୧ ଘଣ୍ଟା ଏପରି ରହିବାକୁ ଦିଅନ୍ତୁ। ଏବେ ଗ୍ୟାସ ରେ କରେଇ ବସେଇ ତେଲ ଗରମ କରିନିଅନ୍ତୁ। ତେଲ ଗରମ ହେଲାପରେ ଏଥିରେ ପୂର୍ବରୁ ଥିବା ଚିକେନକୁ ପକେଇ ଭଲଭାବେ ଛାଣି ଦିଅନ୍ତୁ। ଛାଣିସାରିବା ପରେ ଏକ ପାତ୍ରକୁ କାଢି କଟା ପିଆଜ ଓ ଲେମ୍ବୁରସ ପକେଇ ପରସି ଦିଅନ୍ତୁ “ଶୁଖା ଚିକେନ”।

Masala-Dry-Chicken

ପଢନ୍ତୁ: ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମାଛ ବରା”

Related posts

ପ୍ରସ୍ତୁତ କରନ୍ତୁ ‘ମେଥି ପନୀର୍‌’, ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ

ENO Beuro

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବସାଦହି ମଟନ୍‌

ENO Beuro

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ସୁସ୍ଵାଦୁ ମଲାଇ କୋବି

ENO Beuro

Leave a Comment