ଚୀନରେ ରିଲିଜ ହେବ “ସୁଲ୍‌ତାନ”,ଗୋଟିଏ ଦିନରେ ଚାଲିବ ୪୦ ହଜାର ସୋ

sultan

ସଲ୍‍ମାନ୍‍ ଖାନ୍‍ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସୁଲ୍‍ତାନ୍‍’ ୩୧ ଅଗଷ୍ଟରେ ଚୀନ୍‍ରେ ରିଲିଜ୍‍ କରାଯିବ। ଚଳଚ୍ଚିତ୍ରର ନୂତନ ପୋଷ୍ଟର ରିଲିଜ୍‍ ହୋଇଛି ଯେଉଁଥିରେ ଚୀନ୍‍ ଭାଷାରେ ସୂଚନା ଦିଆ ଯାଇଛି। ଭାରତରେ ବହୁ ରେକର୍ଡ଼ ଭାଙ୍ଗିବା ପରେ ଏବେ ଏହି ଚଳଚ୍ଚିତ୍ରକୁ ଚୀନରେ ରିଲିଜ୍‍ କରା ଯାଉଛି। ଚୀନ୍‍ ବକ୍ସ ଅଫିସ୍‍ରେ ଚଳଚ୍ଚିତ୍ର ଭଲ ବ୍ୟବସାୟ କରିବା ପାଇଁ ଚଳଚ୍ଚିତ୍ର ନିର୍ମାତା ଖୁବ୍‍ ଜୋରରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

salman

ଚୀନ ଲୋକଙ୍କର ବଲିଉଡ ମୁଭି ପ୍ରତି ଥିବା ଦୁର୍ବଳତାକୁ ଦେଖି ଏହା ପୂର୍ବରୁ ମଧ୍ୟ ଆହୁରି କିଛି ହିନ୍ଦୀ ଫିଲ୍ମ ଚୀନରେ ରିଲିଜ୍‌ କରାଯାଇଛି। ଆମିର ଖାଁଙ୍କ ଅଭିନୀତ ଫିଲ୍ମ ‘ଦଙ୍ଗଲ’ ଏଠାରେ ଭଲ ବିଜନେସ୍‌ କରିଥିବା ମଧ୍ୟ ଦେଖାଯାଇଛି। ଏହା ବ୍ୟତୀତ ଚାଇନାରେ ରିଲିଜ୍‌ ହୋଇଥିବା ଫିଲ୍ମ ମଧ୍ୟରେ ରହିଛି ସିକ୍ରେଟ ସୁପରଷ୍ଟାର, ହିନ୍ଦୀ ମିଡିୟମ ଇତ୍ୟାଦି। ତେବେ ‘ସୁଲତାନ’ ପାଖାପାଖି ୧୧ ହଜାର ସ୍କ୍ରିନରେ ରିଲିଜ କରାଯିବାର ଯୋଜନା କରାଯାଇଥିବା ବେଳେ ଏହା ଭଲ ବିଜନେସ୍‌ କରିବ ବୋଲି ଆଶା କରାଯାଉଛି।sultan

ସୂଚନାଯୋଗ୍ୟ ସୁଲତାନ ଭାରତରେ ୫୧୦୦ ସ୍କ୍ରିନରେ ପଦ୍ରର୍ଶିତ ହୋଇଥିଲା । ସଲମାନ ଖାଁଙ୍କ ଫିଲ୍ମ ‘ଟାଇଗର ଜିନ୍ଦା ହେ’କୁ ୪୬୦୦ ସ୍କ୍ରିନରେ ରିଲିଜ କରାଯାଇଥିଲା । ଅମିର ଖାଁଙ୍କ ‘ଦଙ୍ଗଲ’କୁ ଭାରତରେ ୫୩୦୦ ସ୍କ୍ରିନରେ ଦର୍ଶକ ଦେଖିଥିଲେ । ସେହିପରି ଦଙ୍ଗଲ ଚୀନରେ ୯୦୦୦ ସ୍କ୍ରିନରେ ରିଲିଜ ହୋଇଥିଲା । ସୁଲତାନ ପ୍ରଥମ ବଲିଉଡ ଫିଲ୍ମ ହେବ ଜାହାକୁ ଚୀନ ନିଜର ଅଧିକାଂଶ ଫିଲ୍ମ ହଲରେ ଲଗାଇବ।

ପଢନ୍ତୁ;ମୁମ୍ବାଇରେ ନବୀନଙ୍କ ରୋଡ ସୋ ,ମେକ୍ ଇନ୍ ଓଡିଶାକୁ ଗୁରୁତ୍ୱ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More