Loading...

ନୋ ୱର୍କ ନୋ ପେରେ ଥିବାରୁ ଅସହାୟତା ବଖାଣିଲେ ଡାକ୍ତର ସୁମିତ, ସନ୍ଧ୍ୟାରେ ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା ଦେଲେ

ନୋ ୱର୍କ ନୋ ପେରେ ଥିବାରୁ ଅସହାୟତା ବଖାଣିଲେ ଡାକ୍ତର ସୁମିତ, ସନ୍ଧ୍ୟାରେ ଭରଣପୋଷଣ ବାବଦକୁ ୧୭ ହଜାର ଟଙ୍କା ଦେଲେ

ନୋ ୱର୍କ ନୋ ପେରେ ଅଛନ୍ତି ସୁମିତ୍‌ । ଏପରିସ୍ଥଳେ ସ୍ତ୍ରୀ ତପସ୍ୱିନୀକୁ ଟଙ୍କା ଦେବା ପାଇଁ  ଅସମର୍ଥ ।

ନୋ ୱର୍କ ନୋ ପେରେ ଅଛନ୍ତି ସୁମିତ୍‌ । ଏପରିସ୍ଥଳେ ସ୍ତ୍ରୀ ତପସ୍ୱିନୀକୁ ଟଙ୍କା ଦେବା ପାଇଁ  ଅସମର୍ଥ । ସୁମିତ ଟଙ୍କା ଯୋଗାଡ଼ କରିବାରେ ଅସମର୍ଥ । ଏବେ ବି ତାଙ୍କର ଶାରୀରିକ ଓ ମାନସିକ ଅବସ୍ଥା ଠିକ ନାହିଁ । ଆଜି କୋର୍ଟରେ ଡେଟ୍ ଥିବାରୁ ହାଜର ହୋଇ ଏପରି କହିଛନ୍ତି ଡାକ୍ତର ସୁମିତ୍ ।ସନ୍ଧ୍ୟାରେ ତାଙ୍କ ଓକିଲଙ୍କ ଜରିଆରେ ଏସ୍‌ଡିଜେଏମ୍‌ କୋର୍ଟରେ ଟଙ୍କାର ଚେକ୍‌ ଜମା କରିଛନ୍ତି। ପ୍ରଥମେ ଟଙ୍କା ନାହିଁ, କେମିତି ଦେବି ବୋଲି ସୁମିତ ଗଣମାଧ୍ୟମକୁ ଜଣାଇବା ପରେ ସନ୍ଧ୍ୟାରେ ଟଙ୍କା ଜମା କରିଥିବା ନେଇ ତାପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି।

 

ଦୀର୍ଘ ମାସ ପରେ ମିଡିଆ ସାମ୍ନାକୁ ଆସିଛନ୍ତି ସୁମିତ୍ । ଆଜି ବ୍ରହ୍ମପୁର ଫ୍ୟାମିଲି କୋର୍ଟରେ ଡ. ସୁମିତ ଓ ତାଙ୍କ ସ୍ତ୍ରୀ ତପସ୍ୱିନୀଙ୍କ କାଉନସେଲିଂ ତାରିଖ ଥିଲା । ତେବେ କାଉନସିଲିଂକୁ ସୁମିତ ଆସିଥିବା ବେଳେ ସ୍ତ୍ରୀ ତପସ୍ୱିନୀ ଆସିନଥିଲେ । ତେବେ ତପସ୍ୱିନୀ କାହିଁକି କୋର୍ଟରେ ହାଜର ହୋଇନାହାନ୍ତି ତାହା ଜଣାପଡି ନାହିଁ । ତପସ୍ୱିନୀ ସୁମିତଙ୍କୁ ଆଦୌ ସହଯୋଗ କରୁନଥିବାରୁ ଓ ସେ ତାଙ୍କ ପରିବାର ଭୟଭୀତ ହୋଇ ରହିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.