News

କଂଗ୍ରେସ ଭବନରେ ଅସୁରକ୍ଷିତ ନାରୀ: ଇସ୍ତଫା ଦେବେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା

କଂଗ୍ରେସ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ କଂଗ୍ରେସ ସଭାନେତ୍ରୀ ସୁମିତ୍ରା

ମହିଳା କଂଗ୍ରେସ ସଭାନେତ୍ରୀ  ପଦରୁ ଇସ୍ତଫା  ଦେଇପାରନ୍ତି ସୁମିତ୍ରା ଜେନା ।  ଦଳରେ ଟିକଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ସୁମିତ୍ରା ଆଜି ଅପରାହ୍ନରେ  କଂଗ୍ରେସ ଭବନରେ ଦେବେ ଇସ୍ତଫା। ତାଙ୍କୁ ଦଳରେ ଅବହେଳା କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସୁମିତ୍ରା। କୌଣସି ପ୍ରକାର ବୈଠକରେ ତାଙ୍କୁ ଡକାଯାଉନାହି। ଖୋଦ କଂଗ୍ରେସ ମହିଳା ସଭାନେତ୍ରୀଙ୍କୁ କଂଗ୍ରେସ ଭବନରେ ମିଳିଲାନି ସୁରକ୍ଷା

ଅଧିକ ମହିଳାଙ୍କୁ ଟିକେଟ୍‌ ଦିଆଯିବାକୁ ସେ ଖୋଲାଖୋଲି ଦାବି  କରି ଧାରଣାରେ ବସିଥିଲେ। କଂଗ୍ରେସ ଭବନରେ ତାଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ କରିଛନ୍ତି ସୁମିତ୍ରା। ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିବା ପରେ ସେ ଧାରଣାରୁ ଉଠିଥିଲେ। ମୁଁ ନିଜକୁ ସୁରକ୍ଷିତ ମଣୁନଥିବାରୁ ଚଳିତ ଥର ନିର୍ବାଚନ ଲଢିବି ନାହିଁ ବୋଲି କହିଛନ୍ତି ସୁମିତ୍ରା ।
ପଢନ୍ତୁ: କଂଗ୍ରେସର ନିର୍ବାଚନୀ ଇସ୍ତାହାର ରଖିଲେ ରାହୁଲ: ସବୁ ବର୍ଗଙ୍କୁ ଦେଲେ ଅଗ୍ରାଧିକାରର ପ୍ରତିଶ୍ରୁତି

Related posts

୨୬ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ,ସାମିଲ ହେବେ ଦେଶର ୧୦ଲକ୍ଷ କର୍ମଚାରୀ

ENO Beuro

ରାଜଧାନୀରେ ଫାଷ୍ଟଫୁଡ ଦୋକାନୀଙ୍କୁ ଗୁଳିମାଡ

ENO Beuro

ନୋ ପାର୍କିଂ ରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

ENO Beuro

Leave a Comment