POLITICALS

କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେବେ ସୁମିତ୍ରା ଜେନା

ଏକ ସାମ୍ବାଦିକ ସମ୍ମିଳନୀ  କରି ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା  ଦେବାନେଇ ସୂଚନା ଦେଇଛନ୍ତି ସୁମିତ୍ରା ଜେନା । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ସେ କଂଗ୍ରେସ ଛାଡ଼ିଥିବା ସ୍ପଷ୍ଟ କରିଛନ୍ତି। ତେବେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଞ୍ଚିଲାଣି ବୋଲି ସାଧାରଣରେ ଚର୍ଚା ହେଉଛି। ଦଳରେ ଟିକଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟତା ଓ କୌଣସି ପ୍ରକାର ବୈଠକରେ ତାଙ୍କୁ ଡକାନଯିବା ଓ ଅଧିକ ମହିଳାଙ୍କୁ ଟିକେଟ୍‌ ଦିଆଯିବାକୁ ସେ ଖୋଲାଖୋଲି ଦାବି କରି ଧାରଣାରେ ବସିଥିଲେ। କଂଗ୍ରେସ ଭବନରେ ତାଙ୍କୁ ଟଣାଓଟରା  କରାଯାଇଥିବା ଅଭିଯୋଗରେ ଅସନ୍ତୁଷ୍ଟ ହୋଇ ଶେଷରେ ଦଳ ଛାଡିଛନ୍ତି ସୁମିତ୍ରା ଜେନା।

ଦୀର୍ଘ ୧୦ବର୍ଷ  ଧରି ସେ କଂଗ୍ରେସ ସହିତ ଜଡିତ ଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇ ସେ ସଫଳ ହୋଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଦଳ ଛାଡିବା ସଂପର୍କରେ ସୂଚନା ଦେଲାବେଳେ ସୁମିତ୍ରା କାନ୍ଦି ପକାଇଥିବା   ଦେଖିବାକୁ ମିଳିଥିଲା ।
ପଢନ୍ତୁ: କଂଗ୍ରେସ ରୋଡ ଶୋ’ରେ ଶୁଭିଲା ମୋଦୀଙ୍କର ଜୟକାର: କଂଗ୍ରେସ ଓ ବିଜେପି କର୍ମୀ ମୁହାଁ ମୁହିଁ

Related posts

ଏଥର ନିର୍ବାଚନରେ ପିପିଲିରୁ ମୁଁ ନିଶ୍ଚିତ ଲଢିବି ବୋଲି କହିଲେ ମହାରଥୀ

Ratnamani Moharana

ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି

ENO Beuro

ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା: ୧୦ଟି ସିଟରୁ ବିଜେପି ହାତେଇ ନେଇଛି ୯ଟି ସିଟ୍

ENO Beuro

Leave a Comment