POLITICALS

ଲୋକସଭା ନିର୍ବାଚନ ଲଢିବେନି ବୋଲି କହିଲେ ସୁମିତ୍ରା ମହାଜନ

ମଧ୍ୟପ୍ରଦେଶ ଇନ୍ଦୋର ଲୋକସଭା  ଆସନରୁ ବିଜେପିର ଟିକେଟ୍‍ ଦେବାରେ ବିଳମ୍ବ ଉପରେ ଲୋକସଭା ବାଚସ୍ପତି ତଥା ବିଜେପି ନେତ୍ରୀ ସୁମିତ୍ରା ମହାଜନ  ପ୍ରଶ୍ନ କରିଛନ୍ତି।  ଏବେସୁଦ୍ଧା ମଧ୍ୟପ୍ରଦେଶର ମୋଟ 29ଟି ଲୋକସଭାରୁ 18ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ବିଜେପି ଗଡ଼ କୁହାଯାଉଥିବା ଇନ୍ଦୋର ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ । ଏନେଇ ସେ ଏକ ଚିଠି ଲେଖି ନିଜ ଅସନ୍ତୋଷ  ବ୍ୟକ୍ତ କରିବା ସହ ସେ ଏଥର ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେନି ବୋଲି ସ୍ପଷ୍ଟ ଭାବେ କହିଲେ ସୁମିତ୍ରା ମହାଜନ।

ବିଜେପି ଚଳିତ ନିର୍ବାଚନରେ ୭୫ ବର୍ଷ ବୟସ୍କ ନେତା  ଓ ନେତ୍ରୀଙ୍କୁ ପ୍ରାର୍ଥୀ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। ଏ କ୍ରମରେ ୭୫ ବର୍ଷ ବୟସରେ ପଦାର୍ପଣ କରିଥିବା ସୁମିତ୍ରା ମହାଜନଙ୍କ ପ୍ରାର୍ଥୀତ୍ୱକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ତେବେ ଇନ୍ଦୋର ଲୋକଙ୍କଠାରୁ ମିଳିଥିବା ଭଲ ପାଇବା ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜ୍ଞାପନ  କରିଛନ୍ତି।

ପଢନ୍ତୁ: ଧର୍ମେନ୍ଦ୍ରଙ୍କ ବିଜେଡ଼ିକୁ ଟାର୍ଗେଟ: ଲଙ୍କାରେ ହରିଶବ୍ଦ ଯାହା ବିଜେଡିର ମହିଳା ସଶକ୍ତିକରଣ ତାହା

Related posts

୬ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କଲେ ବରଗଡ ଜିଲ୍ଲାପାଳ

Ratnamani Moharana

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Ratnamani Moharana

Leave a Comment