• Home
  • LIFESTYLE
  • ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ
LIFESTYLE

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ

ଦିନକୁ ଦିନ ଖରା  ବଢିବାରେ ଲାଗିଛି । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଆମେ ନୀତି ଦିନ କିଛି ପାନୀୟ ପିଇ ଥାଉ ।  ବିଶେଷ କରି ଓଡ଼ିଆ ଘରର ତୋରାଣି କୁହନ୍ତୁ ଅବା ଦହି ନିତିଦିନ ଖାଦ୍ୟରେ ଏହାକୁ ସାମିଲ କଲେ ଆମେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇପାରିବା । କେତେ ଗୁଡିଏ ସର୍ବତ ବିଷୟରେ ଆପଣ ଜାଣି ରଖନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ଓ  ଗ୍ରୀଷ୍ମ ଦାଉରୁ ରକ୍ଷା କରିବ।

ଖରାଦିନିଆ ସର୍ବତ

ଲସି ସର୍ବତ: ଦହି, ଚିନି,କାଜୁ, ନଡିଆ କୋରା, ଚେରି ଆଦିରେ ପ୍ରସ୍ତୁତ କରାଯାଇଥାଏ ଲସି ସର୍ବତ। ଖରାଦିନେ ଏହାର ଚାହିଦା ବେଶ ଅଧିକ। ଏହିଦିନେ ମଝିରେ ମଝିରେ ଆପଣ ଏହି ଲସି ସର୍ବତ ପିଅନ୍ତୁ।

ବେଲ ପଣା: ଖରାଦିନେ ସାଧାରଣତଃ ବେଲ ପାଚିଥାଏ। ବେଲ ପେଟ ପାଇଁ ବେଶ ଉପାକାରୀ। ଚିନି ବା ଗୁଡ ଦେଇ ବେଲ ପଣା କରି ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ପିଇଲେ ଖରାରେ ଏହା ଆପଣଙ୍କୁ ସୁସ୍ଥ ରଖିଥାଏ।

ପୋଦିନା ସର୍ବତ: ପୋଦିନା ପତ୍ର, ଲେମ୍ବୁ ରସ, ଲୁଣ, ଅଦା, କଞ୍ଚାଲଙ୍କାରୁ ପ୍ରସ୍ତୁତ ହୋଇଥାଏ ଏହି ସର୍ବତ। ଏହାର ବାସ୍ନା ଯେମିତି ସ୍ବାଦ ମଧ୍ୟ ଠିକ୍‌ ସେମିତି। ଖରା ସମୟରେ ଏହାକୁ ସେବନ କଲେ ଏହା ଶରୀରକୁ ସତେଜ ରଖିବା ସହ ଶରୀରରେ କମ୍‌ଥିବା ଜଳୀୟ ଅଂଶ ପୂରଣ କରିବାରେ ସହାୟକ ହୋଇଥାଏ।

ଦହି ସର୍ବତ: ବସା ଦହିହେଉ ଅବା ଘୋଳ ଦହି ପ୍ରତ୍ୟେକ ଦିନ ଏଥିରୁ ଗିନାଏ ଖାଇଲେ ବା ସର୍ବତ କରି ପିଇଲେ ଏହା ଆପଣଙ୍କୁ ସୁସ୍ଥ ରଖିଥାଏ ।

ପାଚିଲା ଆମ୍ବ ସର୍ବତ: ଖରାଦିନେ ପାଚିଲା ଆମ୍ବ ସମସ୍ତଙ୍କ ପ୍ରିୟ। କେହି କେହି ଏହାକୁ କାଟି ଖାଇବାକୁ ଭଲ ପାଆନ୍ତି ତ ଆଉ କେହି ଏହାର ସର୍ବତ ବା ଜୁସ୍‌ ପିଇବାକୁ ଭଲ ପାଆନ୍ତି। ଚିନି ଓ ବରଫ ଖଣ୍ଡ ଦେଇ ପାଚିଲା ଆମ୍ବ ସର୍ବତ କରି ପିଇଲେ ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଥକ୍କାପଣରୁ ମୁକ୍ତି ଦେଇଥାଏ।

ଟଙ୍କ ତୋରାଣୀ: ସାଧାରଣତଃ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମିଳୁଥିବା ଟଙ୍କ ତୋରାଣୀ ବେଶ ସ୍ବାଦିଷ୍ଟ ହୋଇଥାଏ। ହେଲେ ଘରେ ଆମେ ଏହି ଟଙ୍କ ତୋରାଣୀକୁ ପ୍ରସ୍ତୁତ କରି ପିଇଲେ ଖରାଦିନେ ଶରୀର ପାଇଁ ଏହା ଭଲ କାମ ଦେଇଥାଏ। ମୋଟାମୋଟି କହିବାକୁ ଗଲେ ଗ୍ରୀଷ୍ମ ସମୟରେ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ। ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଥିବା ଖାଦ୍ୟ ବା ପାନୀୟ ଗ୍ରହଣ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ତେବେ ଏହି ସବୁ ସର୍ବତ ପିଅନ୍ତୁ summer drinks

ପଢନ୍ତୁ ;

ଯାତ୍ରା ସମୟରେ କ’ଣ ଖାଇକି ଗଲେ ଯାତ୍ରା ଶୁଭ ହୋଇଥାଏ ଜାଣନ୍ତୁ

Related posts

ମୁଣ୍ଡରେ ସାମ୍ପୁ ଛାଡି ଏହିସବୁ ଜିନିଷ ବ୍ୟବହାର କରନ୍ତୁ ଆସିବ କେଶରେ ଚମକ!

Krishna Kumar Manoj

କେଶରେ ଅଧିକ ରୁପି ପାଇଁ ଚିନ୍ତିତ ଅଛନ୍ତି କି ? କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର କରନ୍ତୁ

Krishna Kumar Manoj

ଜୀବନସାଥୀଙ୍କ ସହ କଥା ହେବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More