• Home
  • LIFESTYLE
  • ଖରାଦିନେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେମିତି ହେବେ ସଚେତନ
LIFESTYLE

ଖରାଦିନେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେମିତି ହେବେ ସଚେତନ

ଖରାଦିନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଖରା ଦିନ ଆସିଗଲାଣି । ଖରାଦିନେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେବେ ଗରମ ହେଉଥିବା ବେଳେ ଅସୁସ୍ଥତା ଦେଖା ଦେଇଥାଏ । ଜ୍ୱର ମଧ୍ୟ ହୋଇ ଥାଏ ଏହି ଦିନରେ । ଜାଣନ୍ତୁ କେମିତି ହେବେ ସଚେତନ ।

ଖରାଦିନେ ଖାଦ୍ୟ ଶୀଘ୍ର ବାସି ହୋଇଯାଏ । ତେଣୁ ବାସି ଖାଦ୍ୟ ଖାଇବା ତଥା ଖରାପ ପାଣି ପିଇବା ଯୋଗୁଁ ଫୁଡ୍ ପାୟଜନ ହୋଇପାରେ । ଏଭଳି ହେଲେ ଶରୀରରେ ଯନ୍ତ୍ରଣା, ଦୁର୍ବଳତା, ଜ୍ୱର, ବାନ୍ତି , ଡାଇରିଆ, ମୁଣ୍ଡବ୍ୟଥା ଆଦି ହୋଇପାରେ । ବାହାରର ଛଣାଛଣି ଖାଦ୍ୟ ନଖାଇ ଘରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ଏବଂ ଶୁଦ୍ଧ ପାଣି ପିଅନ୍ତୁ ।

ଖରାଦିନେ ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଅପରିଷ୍କାର ପାଣି ପିଇବା ତଥା ଭାଇରାଲ ଇନଫେକସନ କାରଣରୁ ଜଣ୍ଡିସ୍ ହୋଇପାରେ । ଏଭଳି ହେଲେ ନଖ,ମୂତ୍ର,ଚର୍ମ ଏବଂ ଆଖି ହଳଦିଆ ପଡିଯାଏ । ବାହାର ଖାଦ୍ୟ ଖାଆନ୍ତୁନାହିଁ ,ପରିଷ୍କାର ପାଣି ପିଇବା ସହ ସ୍ୱଚ୍ଛ ରହିବା ଉଚିତ୍ ।

ଅତ୍ୟଧିକ ଗରମ ଯୋଗୁଁ ଲୁ ଲାଗିବା କିମ୍ବା ହିଟ୍ ଷ୍ଟ୍ରୋକ୍ ହୋଇପାରେ । ଏଥିରେ ମୁଣ୍ଡ ବୁଲାଇବା ସହ ବାନ୍ତିହେବା ,ଜ୍ୱର ଆସିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ । ଖରାରେ ମୁଣ୍ଡକୁ ଘୋଡାଇ ବାହାରନ୍ତୁ । ଅଧିକ ପାଣି ପିଇବା ସହ ଘରୁ ବାହାରିବା ବେଳେ ନିଜ ସହ ଲେମ୍ବୁପାଣି ,ଲସି କିମ୍ବା ଘୋଳଦହି ନେବା ଉଚିତ୍ ।

ଶରୀରରେ ଜଳୀୟ ଅଂଶ ଅଭାବ ହୋଇ ଡିହାଇଡ୍ରେସନ ହୋଇପାରେ । ଏପରି ହେଲେ ମୁଣ୍ଡ ବୁଲାଇଲା, କ୍ଲାନ୍ତପଣ, ମୁଣ୍ଡବ୍ୟଥା ପରି ସମସ୍ୟା ହୋଇଥାଏ । ଦିନକୁ ଅତି କମରେ ୮ରୁ ୧୦ଗ୍ଲାସ୍ ପାଣି ନିଅନ୍ତୁ । ଫଳରସ ,ଲସି ,ଘୋଳଦହି ପିଇପାରିବେ ।
ଖରାଦିନେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ କେମିତି ହେବେ ସଚେତନ health care
ପଢନ୍ତୁ ;

ଜାଣନ୍ତୁ ଗରମ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧିଲେ ଆରମ ମିଳିଥାଏ

Related posts

ଅନେକ ରୋଗପାଇଁ ରାମବାଣ ପରି କାମ କରିଥାଏ “ତୁଳସୀ ପତ୍ର”, ଆସନ୍ତୁ ଜାଣିବା ଏହାର କିଛି ଔଷଧିୟଗୁଣ ସମ୍ପର୍କରେ

Krishna Kumar Manoj

ଆସନ୍ତୁ ଜାଣିବା ଅଦାରେ ଥିବା ବହୁ ଔଷଧୀୟ ଗୁଣ ବିଷୟରେ

Krishna Kumar Manoj

ସପ୍ତାହର କେଉଁ ଦିନଗୁଡିକରେ ଚୁଟି କାଟିବା ପାଇଁ ଉତ୍କୃଷ୍ଟ , ଆସନ୍ତୁ ଜାଣିବା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More