ମେ’ ୨୧ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ!

ମେ’ ୨୧ରୁ ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆରମ୍ଭ ହେବ

ମେ ୨୧ ରୁ ଆରମ୍ଭ ହେଉଥିବା ଗ୍ରୀଷ୍ମ ଅବକାଶ ଜୁନ୍ ୧୭ ତାରିଖରେ ଶେଷ ହେବ । ଜୁନ୍ ୧୯ରେ ହାଇକୋର୍ଟ ଖୋଲିବ। ୨୯ ଦିନ ଛୁଟି ହେଉଥିବା ଓଡ଼ିଶା ହାଇକୋର୍ଟରେ କିନ୍ତୁ ମେ ୨୪, ଜୁନ୍ ୧, ଜୁନ୍ ୭ ଓ ଜୁନ୍ ୧୩ ତାରିଖରେ ଖୋଲାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ଅବକାଶକାଳୀନ ଅଦାଲତରେ ବିଚାର ହେବ।

ଗ୍ରୀଷ୍ମ ଅବକାଶ ସମୟରେ ମେ ୨୭, ଜୁନ୍ ୩, ୯, ୧୦, ୧୪, ୧୫ ଓ ୧୬ ତାରିଖରେ ହାଇକୋର୍ଟ କାର୍ୟ୍ୟାଳୟ ବନ୍ଦ ରହିବ। କାର୍ଯ୍ୟ ଦିବସ ଗୁଡିକରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାୟର କରାଯାଇ ପାରିବ। ପୂର୍ବରୁ ବିଚାରାଧୀନ ମାମଲା ଗୁଡିକ ବରିଷ୍ଠ ଅବକାଶକାଳୀନ ବିଚାରପତିଙ୍କ ବିନା ଅନୁମତିରେ ଶୁଣାଣି ଲାଗି ତାଲିକାଭୁକ୍ତ ହୋଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ଜେଲରେ ୫ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆବେଦନକାରୀଙ୍କ ଅପିଲ ଗୁଡିକ ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି କରାଯିବ। ମେ’୨୩ରେ ଜଷ୍ଟିସ ଏସ୍.କେ.ସାହୁ ଓ ଜଷ୍ଟିସ କେ.ଆର୍.ମହାପାତ୍ର, ମେ’ ୨୫ରେ ଜଷ୍ଟିସ ଏସ୍.କେ.ସାହୁ, ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀ, ଜୁନ୍ ୪ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ଏସ୍.କେ.ସାହୁ ସ୍ୱତନ୍ତ୍ର ଖଣ୍ଡପୀଠରେ ମାମଲା ଗୁଡିକର ଶୁଣାଣି କରିବେ।

ପଢନ୍ତୁ; କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ଗ୍ରୀଷ୍ମ ଅବକାଶ ସମୟରେ ମେ ୨୭, ଜୁନ୍ ୩, ୯, ୧୦, ୧୪, ୧୫ ଓ ୧୬ ତାରିଖରେ ହାଇକୋର୍ଟ କାର୍ୟ୍ୟାଳୟ ବନ୍ଦ ରହିବ। - 4.5

89%

ଜେଲରେ ୫ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆବେଦନକାରୀଙ୍କ ଅପିଲ ଗୁଡିକ ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି କରାଯିବ। - 4.3

86%
4.4/5

Very Good!

ମେ’ ୨୧ରୁ ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ!

ମେ ୨୧ ରୁ ଆରମ୍ଭ ହେଉଥିବା ଗ୍ରୀଷ୍ମ ଅବକାଶ ଜୁନ୍ ୧୭ ତାରିଖରେ ଶେଷ ହେବ । ଜୁନ୍ ୧୯ରେ ହାଇକୋର୍ଟ ଖୋଲିବ। ୨୯ ଦିନ ଛୁଟି ହେଉଥିବା ଓଡ଼ିଶା ହାଇକୋର୍ଟରେ କିନ୍ତୁ ମେ ୨୪, ଜୁନ୍ ୧, ଜୁନ୍ ୭ ଓ ଜୁନ୍ ୧୩ ତାରିଖରେ ଖୋଲାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ଅବକାଶକାଳୀନ ଅଦାଲତରେ ବିଚାର ହେବ।

No Votes Yet

You're not rated yet