ପିଏନ୍‌ବି ମହାଠକେଇ ମାମଲା : ଶିଖା ଶର୍ମା ଏବଂ ଚନ୍ଦା କୋଚରଙ୍କୁ ସମନ ଜାରି

ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟଙ୍କୁ ସମନ

ପିଏନ୍‌ବି ଜାଲିଆତି ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ୧୨,୬୦୦ କୋଟି ଟଙ୍କାର ଏହି ଜାଲିଆତି ମାମଲା ତଦନ୍ତ ଏଜେନ୍ସିଗୁଡିକର ନିଦ ହଜାଇ ଦେଇଥିବାବେଳେ ଦିନକୁ ଦିନ ନୂଆ ନୂଆ ବ୍ୟକ୍ତି ତଦନ୍ତ ପରିସରକୁ ଆସୁଛନ୍ତି। ମାମଲାର ଆମୂଳଚୂଳ ଜାଣିବା ପାଇଁ ପିଏନ୍‌ବି ସିଏମ୍‌ଡି ସୁନୀ ଲ୍‌ ମେହେଟ୍ଟାଙ୍କଠାରୁ ଆରମ୍ଭ କରି ଗୀତାଞ୍ଜଳୀ ଗ୍ରୁପ୍‌ ଏବଂ ନୀରବ ମୋଦିଙ୍କ କମ୍ପାନୀର ବଡ ବଡ ପଦାଧିକାରୀମାନଙ୍କୁ ଇତି ମଧ୍ୟରେ ଜେରା କରାଯାଇଥିବାବେଳେ ଏବେ ଆଇସିଆଇସିଆଇ ବ୍ୟାଙ୍କ ମୁଖ୍ୟ ଚନ୍ଦା କୋଚ୍ଚର ଏବଂ ଏକ୍ସିସ୍‌ ବ୍ୟାଙ୍କ ସିଇଓ ଶିଖା ଶର୍ମା ଏଥିରେ ସାମିଲ ହୋଇଛନ୍ତି।

ମଙ୍ଗଳବାର ଦିନ ଅପରାହ୍ନରେ ଆକ୍ସିସ ବ୍ୟାଙ୍କ ଅଧ୍ୟକ୍ଷା ଶିଖା ଶର୍ମା ଓ ଆଇସିଆଇସିଆଇ ବ୍ୟାଙ୍କ ଅଧ୍ୟକ୍ଷା ଚନ୍ଦା କୋଚରଙ୍କୁ ଅର୍ଥମନ୍ତ୍ରାଳୟ ଅଧିନସ୍ଥ ଗୁରୁତର ଠକେଇ ତଦନ୍ତ ଅଫିସ (ଏସଏଫଆଇଓ)ର ମୁମ୍ବାଇ ଶାଖାରେ ହାଜିର ହେବା ପାଇଁ କୁହାଯାଇଛି।

ରିପୋର୍ଟରୁ ଜଣାପଡିଛି ଯେ ମେହୁଲ ଚୋକସୀଙ୍କ ଗୀତାଞ୍ଜଳୀ ଜୁଏଲର୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପ୍ରାୟ ୧୦୦୦ କୋଟି ଓ ଆକ୍ସିସ ବ୍ୟାଙ୍କ ପ୍ରାୟ ୭୦୦ କୋଟିର ଋଣ ପ୍ରଦାନ କରିଛନ୍ତି । କେବଳ ଏତିକି ନୁହେଁ ଆଉ କେତେକ ବ୍ୟାଙ୍କ ମଧ୍ୟ ଏସବୁ କମ୍ପାନିକୁ ଋଣ ଦେଇଥିବା ଅଭିଯୋଗ ଆସିଛି । ଏ ସମ୍ପର୍କରେ ପଚରାଉଚୁରା ପାଇଁ ଏସଏଫଆଇଓ ପକ୍ଷରୁ ଷ୍ଟେଟ ବ୍ୟାଙ୍କକୁ ମଧ୍ୟ ସମନ ପଠାଯାଇଥିବା ଜଣାଯାଇଛି।

ଅନ୍ୟପକ୍ଷରେ ପିଏନ୍‌ବି ମହାଠକେଇ ଘଟଣା ଯୋଗୁ ପୁଞ୍ଜିବଜାର ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ ୪୩୦(୪୨୯.୫୮) ପଏଣ୍ଟ। ହ୍ରାସ ଘଟି ୩୩,୩୧୭.୨୦ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ନିଫ୍ଟି)ରେ ୧୦୯.୬୦ ପଏଣ୍ଟ ହ୍ରାସ ଘଟି ୧୦,୨୪୯ ପଏଣ୍ଟରେ ବନ୍ଦ ହୋଇଛି। ମଙ୍ଗଳବାର ବଜାର କାବରାର ମାନ୍ଦା ରହିବା ଫଳରେ ନିବେଶକଙ୍କୁ ୨ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି।

ପଢନ୍ତୁ;

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More