"ସୁନା ପିଲା ଟିକେ ସ୍କ୍ରୁ ଢିଲା" ନୂଆ ଓଡିଆ ଛବି ର ମ୍ୟୁଜିକ ରିଲିଜ ହେଇଛି

“ସୁନା ପିଲା ଟିକେ ସ୍କ୍ରୁ ଢିଲା” ନୂଆ ଓଡିଆ ଛବି ର ମ୍ୟୁଜିକ ରିଲିଜ ହେଇଛି

ସୁନା ପିଲା ଟିକେ ସ୍କ୍ରୁ ଢିଲା ଏକ ମଜାଦାର କାହାଣୀ । ଏଥିରେ ବାବୁଶାନ, ଶୀତଲ ମୁଖ୍ୟ ଭୂମିକାରେ ଅଛନ୍ତି । ପିଣ୍ଟୁ ନନ୍ଦ, ପପୁ ପମ ପମ, ପ୍ରଜ୍ଞା, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସଲିଳ ମିତ୍ର ଆଦି ସହ କଳାକାର ଅଛନ୍ତି ।

ଏହି ସିନେମା ଟି ପ୍ରକାଶ ଆଣ୍ଡ ଧିରାଜ ଏନ୍ଟାରଟେନମେନ୍ଟ ଇନ ଆସୋସିଏସନ ୱୀଥ ବାବୁଶାନ ଫିଲ୍ମ୍ସ ବ୍ୟାନର ରେ ନିର୍ମିତ ହଉଛି । ତୃପ୍ତି ତ୍ରିପାଠୀ ଙ୍କ କାହାଣୀ କୁ ପ୍ରୋଯୋଜନ କରିଛନ୍ତି ପ୍ରଶାନ୍ତ କୁମାର ବେହେରା ଓ ସୁନୀଲ କୁମାର ଯାଦବ ।

ସହ ପ୍ରଯୋଜନା ରେ ଅଛନ୍ତି, ପ୍ରତାପ କୁମାର ବେହେରା ଓ ଅନିଲ କୁମାର ଯାଦବ । ଏହାର ଚିତ୍ରନାଟ୍ୟ ଓ ନିର୍ଦେଶନା ଦାଇତ୍ଵରେ ଅଛନ୍ତି ସୁଧାକର ବସନ୍ତ ।

ଗୀତିକାର ନିର୍ମଲ ନାୟକ ଓ ବପୁ ଗୋସ୍ଵାମୀ ଙ୍କ ବଳିଷ୍ଠ ଲେଖାକୁ, ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସୁନ୍ଦର ସ୍ଵରରେ ସଜାଇଛନ୍ତି । ବାବୁଶାନ, ଅଭିଜିତ, ତାରିକ, ପ୍ରଜ୍ଞା, ପିଙ୍କି ପ୍ରଧାନ ପ୍ରଭୁତି କଣ୍ଠ ଶିଳ୍ପୀ ନିଜର ପ୍ରତିଭା ଦେଖାଇଛନ୍ତି ।

ସୁନା ପିଲା ଟିକେ ସ୍କ୍ରୁ ଢିଲା କାହାଣୀ ସଂକ୍ଷେପରେ :

ଏହି କାହାଣୀ ଟି ଚାରୋଟି ଚରିତ୍ର ମଧ୍ୟ ରେ ଘୂରିବୁଲୁଥାଏ । ଯେଉଁ ଚାରିଜଣ ଙ୍କ ଚରିତ୍ର ବିଷୟରେ ଏହି ଚଳଚିତ୍ର ରେ ବର୍ଣ୍ଣନା ହେଇଛି, ସେଥିମଧ୍ୟରୁ ଜଣଙ୍କର ବିନା ମତାମତ ରେ ବାହାଘର ଠିକ ହେଇସାରିଥାଏ ।

ଏଠି ମଧ୍ୟରେ ଚାରିଜଣଜାକ ଏକ କ୍ରିକେଟ ମ୍ୟାଚ କରିବାକୁ ମନସ୍ଥ କରନ୍ତି । ଏହି ସୁବର୍ଣ୍ୟାଧ ମ୍ୟାଚ ରେ କ୍ୟାଚ ଧରିଲା ବେଳକୁ ମୁଖ୍ୟ ଚରିତ୍ର, ମାନେ ସିନେମା ରେ ଲୀଡ କରୁଥିବା ବ୍ୟକ୍ତି ଗୁରୁତର ଭାବେ ଆହତ ହୁଏ । ବଳ ତ ମୁଣ୍ଡରେ ବାଜିବା ହେତୁ ତାର ମେମୋରୀ ଲସ ହୁଏ ।

କିନ୍ତୁ ସେ ତାର କଲେଜ ଦିନ ପର୍ଯ୍ୟନ୍ତ ସବୁ ମାନେ ପକାଇ ପରେ ଏବୋଂ ସାଙ୍ଗମାନଙ୍କୁ ଚିହ୍ନିପାରେ । ସେ ନିଜର ପ୍ରେମ ଓ ବାହାଘର କଥା ଭୁଲିଯାଇଥାଏ ।

ତାର ସାଙ୍ଗମାନେ ତାକୁ ତାଙ୍କର କମ୍ପାନି ରେ ରଖନ୍ତି ଏବୋଂ ଏକ ମଜାଳିଆ ଡ୍ରାମା କରନ୍ତି ତାର ବାହାଘର କରିବା ପାଇଁ, ଯାହା ସୁନା ପିଲା ଟିକେ ସ୍କ୍ରୁ ଢିଲା ରେ ବର୍ଣିତ ।

ଟେକନିସିୟାନ୍ସ:

ବ୍ୟାନର: ପ୍ରକାଶ ଆଣ୍ଡ ଧିରାଜ ଏନ୍ଟାରଟେନମେନ୍ଟ ଇନ ଆସୋସିଏସନ ୱୀଥ ବାବୁଶାନ ଫିଲ୍ମ୍ସ

କାହାଣୀ: ତୃପ୍ତି ତ୍ରିପାଠୀ

ପ୍ରୋଯୋଜନା: ପ୍ରଶାନ୍ତ କୁମାର ବେହେରା ଓ ସୁନୀଲ କୁମାର ଯାଦବ ।

ସହ ପ୍ରଯୋଜନା: ପ୍ରତାପ କୁମାର ବେହେରା ଓ ଅନିଲ କୁମାର ଯାଦବ

ଚିତ୍ରନାଟ୍ୟ ଓ ନିର୍ଦେଶନା: ସୁଧାକର ବସନ୍ତ ।

ଗୀତିକାର:  ନିର୍ମଲ ନାୟକ ଓ ବପୁ ଗୋସ୍ଵାମୀ

ସଙ୍ଗୀତ ନିର୍ଦେଶକ:  ଅଭିଜିତ ମଜୁମଦାର

କଣ୍ଠ ଶିଳ୍ପୀ: ବାବୁଶାନ, ଅଭିଜିତ, ତାରିକ, ପ୍ରଜ୍ଞା, ପିଙ୍କି ପ୍ରଧାନ

ଅଭିନୟରେ : ବାବୁଶାନ, ଶୀତଲ, ପିଣ୍ଟୁ ନନ୍ଦ, ପପୁ ପମ ପମ, ପ୍ରଜ୍ଞା, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସଲିଳ ମିତ୍ର