News

ଆଜି ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ

Untitled 1

ଆଜି ଶ୍ରୀଜିଉଙ୍କ ସୁନା ବେଶ। ବାହୁଡାଯାତ୍ରାରେ ଆସି ବଡ଼ଦାଣ୍ଡରେ ଅଟକିଛନ୍ତି ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ଶ୍ରୀଜୀଉ । ରଥରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି ଶେଷ ହେବା ପରେ ଅପରାହ୍ନ ପ୍ରାୟ ୩ଟାରେ ସୁନାବେଶ ଲାଗି ଆରମ୍ଭ ହେବ ।   ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।

Suna Besa
Suna Besa

ଅପରାହ୍ନ ୩ଟାରୁ ରାତି ୧୧ଟା  ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ ।

 

ପ୍ରାୟ ୧୫ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମରିଚିକୋଟ ଛକରୁ ବ୍ୟାରିକେଟ ଦେଇ ଭକ୍ତମାନେ ୩ ରଥକୁ ପରିକ୍ରମା କରିବା ସହ ସୁନାବେଶ ଦର୍ଶନ କରିପାରିବେ । ରଥ ଚାରିପାଖ, ଶ୍ରୀମନ୍ଦିରଓ ସହରରେ ପ୍ରାୟ ୧୪୫ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ କଡା ଟ୍ରାଫିକ କଟକଣା କରାଯିବ । ଆସନ୍ତାକାଲି ଅଧରପଣା ନୀତି ଓ ୧୫ତାରିଖରେ ନୀଳାଦ୍ରି ବିଜେ  ନୀତି ଅନୁଷ୍ଠିତ ହେବ। ଶନିବାର ସୁନାବେଶ ଶେଷ ପରେ ଆସନ୍ତା ୧୪ତାରିଖରେ ଅଧରପଣା ନୀତି, ୧୫ ତାରିଖରେ ନୀଳଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

ପଢନ୍ତୁ: ପାକିସ୍ତାନକୁ ଘାରିଛି ଭାରତର ଯୁଦ୍ଧ ବିମାନ ଭୟ

 

Related posts

Reflective Collar Belts For Stray Animals – Animal Welfare Trust

ENO Beuro

ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣା: ଶଶି ଥରୁର୍‌ଙ୍କୁ ସମନ୍‌

ENO Beuro

ଆଣ୍ଡାମାନ ଓ ନିକୋବାର ଦ୍ଵୀପ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

Leave a Comment