News

ସୁନନ୍ଦା ପୁଷ୍କର ମୃତ୍ୟୁ ଘଟଣା: ଶଶି ଥରୁର୍‌ଙ୍କୁ ସମନ୍‌

ହାଇପ୍ରୋଫାଇଲ୍ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବଢ଼ିଲା କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଡୁଆ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଜୁଲାଇ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଚାର୍ଜସିଟରେ ପୋଲିସ ଶଶି ଥରୁରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ଥିବାରୁ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ନୋଟିସ୍ ଦେଇଛନ୍ତି।

ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ପୂର୍ବରୁ ଇ-ମେଲ୍ ମାଧ୍ୟମରେ ସ୍ୱାମୀ ଶଶି ଥରୁରଙ୍କୁ ଏକ ବାର୍ତ୍ତା ଦେଇଥିଲେ। ଏଥିରେ ସୁନନ୍ଦା କହିଥିଲେ ‘ମୋର ଆଉ ବଞ୍ଚି ରହିବାକୁ ଇଚ୍ଛା ନାହିଁ, ମୁଁ ମରିବାକୁ ଚାହେଁ’। ଏହି ଇ-ମେଲ୍ ମୃତ୍ୟୁର ୯ ଦିନ ପୂର୍ବରୁ ସେ ତାଙ୍କ ପତି ଶଶିଙ୍କ ନିକଟକୁ ପଠାଇଥିଲେ। ପୋଲିସ ଏହି ଇ-ମେଲ୍ ବାର୍ତ୍ତାକୁ ସୁନନ୍ଦାଙ୍କ ମୃତ୍ୟୁକାଳୀନ ଜମାନବନ୍ଦି ଭାବେ ଗ୍ରହଣ କରିଛି।

ସୂଚନାଯୋଗ୍ୟ,୨୦୧୪ ଜାନୁୟାରୀ ୧୭ରେ ନୂଆଦିଲ୍ଲୀସ୍ଥିତ ଏକ ହୋଟେଲ କୋଠରିରୁ ସୁନନ୍ଦାଙ୍କ ମୃତଦେହ ଠାବ କରାଯାଇଥିଲା। ଶରୀରରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ଘଟିଥିବା କୋର୍ଟଙ୍କୁ କୁହାଯାଇଥିଲା । ହୋଟେଲ ରୁମରୁ ପୋଲିସ ୨୭ଟି ଆଲପ୍ରାକ୍ସ ବଟିକା ଯାଞ୍ଚ ବେଳେ ପାଇଥିଲା। ସୁନନ୍ଦାଙ୍କ ମୃତଦେହରେ ବହୁ କ୍ଷତ ଚିହ୍ନ ରହିଥିଲେ ମଧ୍ୟ ସେଗୁଡିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଅଭିଯୋଗ ଫର୍ଦରେ ଉଲ୍ଲେଖ ରହିଛି।

ପଢନ୍ତୁ; କେଉଁ ସବୁ ବଦ ଅଭ୍ୟାସ ଥିଲେ ମୁହଁରେ ଅତ୍ୟଧିକ ବ୍ରଣ ହୋଇଥାଏ? ଜାଣନ୍ତୁ

Related posts

ସୁଟିଂ ସେଟରେ ଅଘଟଣ :ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅନୁଭବ 

ENO Beuro

ଷ୍ଟେସନ ସ୍ୱଚ୍ଛତା ଉପରେ ତୃତୀୟ ପକ୍ଷ ସର୍ଭେ ରିପୋର୍ଟ ଉନ୍ମୋଚନ କଲେ ପିୟୁଷ ଗୋୟଲ

ENO Beuro

କାର୍ୟ୍ୟରତ ଆଶାକର୍ମୀଙ୍କ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ENO Beuro

1 comment

Leave a Comment