ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ରହିଛି: ସ୍ୱାତୀ ମାଲିୱାଲ
ସୁନ୍ଦରଗଡ ଜିଲ୍ଲା ଲାଠିକଟା ଅଞ୍ଚଳରେ ଆଦିବାସୀ ନାବାଳିକା ରାଜସ୍ଥାନରୁ ଉଦ୍ଧାର ହେବା ଘଟଣା ଉପରେ ଦିଲ୍ଲୀ ମହିଳା କମିଶନ ଅଧାକ୍ଷା ସ୍ୱାତୀ ମାଲିୱାଲ ଗଭୀର ଉଦବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି। ଏହି ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ରହିଛି । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ଯୁବତୀ ଜଣଙ୍କ ଥରେ ଉଦ୍ଧାର ହୋଇଥିଲା ଏହା ପରେ ତାଙ୍କ ବାପାଙ୍କୁ ଫେରାଇବାକୁ ପୋଲିସକୁ କୁହାଯାଇଥିଲା କିନ୍ତୁ ପୋଲିସ ପୁଣି ନାବାଳିକାଟିକୁ ରାଜସ୍ଥାନର ଝୁନଝୁନକୁ ପଠାଇଦେଇଥିଲା ବୋଲି ଅଧ୍ୟକ୍ଷା କହିଛନ୍ତି ।
ସୂଚନାଯୋଗ୍ୟ, ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାତୀ ମାଲିୱାଲ କହିଛନ୍ତି ଯେ, ସମ୍ପୃକ୍ତ ନାବାଳିକାକୁ ତାଙ୍କ ନିଜ ଭଉଣୀ ଓ ଭିଣୋଇ ବିକ୍ରି କରିଥିଲେ । ମାତ୍ର ୫ ଲକ୍ଷ ଟଙ୍କାରେ ଭଉଣୀ ଓ ଭିଣୋଇ ସମ୍ପୃକ୍ତ ନାବାଳିକାକୁ ରାଜସ୍ଥାନରେ ବିକ୍ରି କରିଦେଇଥିଲେ । ତେବେ ନାବାଳିକାକୁ ଥରେ ଉଦ୍ଧାର କରାଯାଇ ଓଡ଼ିଶା ପଠାଯାଇଥିଲା । ତେବେ ସେଠାରେ ଓଡ଼ିଶା ପୁଲିସ ନାବାଳିକାକୁ ପରିବାର ଲୋକଙ୍କୁ ହସ୍ତାନ୍ତର ନକରି ପୁଣି ରାଜସ୍ଥାନ ପଠାଇ ଦେଇଥିବା କହିବା ସହ ନାବାଳିକା ଚାଲାଣରେ ଓଡ଼ିଶା ପୁଲିସର ହାତ ଥିବା ସ୍ୱାତୀ ମାଲିୱାଲ କହିଛନ୍ତି ।
ପଢନ୍ତୁ; ୧୧ ଜିଲ୍ଲାରେ ସ୍ୱଳ୍ପ ବର୍ଷା ସମ୍ଭାବନା, ୧୦ରୁ କମିବ ତାପମାତ୍ରା