ସୁନ୍ଦରୀକୁ ନେଇ ପୁଣି ଅଡୁଆ,ନନ୍ଦନକାନନ ମନା

sundari

ଟ୍ରାଙ୍କୁଲାଇଜର ଦିଆଯାଇ ବାଘୁଣୀ ସୁନ୍ଦରୀକୁ ଅଣାଯିବା ପରେ ତାଙ୍କୁ ନେଇ ଅଡୁଆ ବଢିବାରେ ଲାଗିଛି । ସୁନ୍ଦରୀକୁ ନନ୍ଦନକାନନରେ ରଖିବା ପାଇଁ ଉଦ୍ୟମ ହେଉଥିବା ବେଳେ ସେଂଟ୍ରାଲ ଜୁ ଅଥରିଟି ଆପତି ଉଠାଇଛନ୍ତି । ସୁନ୍ଦରୀକୁ ନନ୍ଦନକାନନରେ ରଖିବାକୁ ଜୁ ଅଥରିଟି ବାରଣ କରିଛନ୍ତି । ଜାତୀୟନୀତିର ଏହା ବିରୁଦ୍ଧାଚରଣ କରୁଛି ବୋଲି ଜୁ ଅଥରିଟି କହିଛନ୍ତି । ଯେଉଁ ଜନ୍ତୁଙ୍କୁ ଜଙ୍ଗଲରୁ ଧରାହୋଇଥାଏ ସେମାନଙ୍କୁ ଚିଡିଆଖାନରେ ରଖାଯାଇପାରିବ ନାହିଁ । ଏସଂକ୍ରାନ୍ତରେ ଜୁ ଅଥରିଟି ପିସିସିଏଫଙ୍କୁ ଚିଠି ଲେଖି ଜଣାଇଛନ୍ତି ।

sundari

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବାକୁ ରାଜ୍ୟ ସରକାର ସୁନ୍ଦରୀକୁ ବାନ୍ଧବଗଡ଼ରୁ ଜୁନ୍‌ ୨୮ତାରିଖରେ ଆଣି ଅଗଷ୍ଟରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଛାଡିଥିଲେ। ତେବେ ସୁନ୍ଦରୀ ଅନୁଗୋଳ ଜିଲାର ହାତୀବାରି ଅଞ୍ଚଳରେ ଦୁଇଜଣ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକମାନେ ଲଙ୍କାକାଣ୍ଡ ଭିଆଇଥିଲେ। ଲୋକମାନଙ୍କ କ୍ରୋଧକୁ ପ୍ରଶମିତ କରିବାକୁ ବନ ବିଭାଗ ନଭେମ୍ବର ୬ତାରିଖରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ରାଇଗୁଡ଼ା ଏନ୍‌କ୍ଲୋଜରରେ ରଖିଛି।

ପଢନ୍ତୁ; ସମାଲୋଚକଙ୍କୁ କୋହଲିଙ୍କ ଜବାବ: ଅନ୍ୟ ଦେଶକୁ ଭଲ ପାଉଥିବା ବ୍ୟକ୍ତି ଭାରତ ଛାଡନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More