News

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ସାତକୋଶିଆରେ ରହିବ ସୁନ୍ଦରୀ। ଫେରିଯିବ ନାହିଁ ଏହି ବାଘୁଣୀ । ଏନେଇ ୱାଇଲ୍ଡ୍ ଲାଇଫ୍ ବିଶେଷଜ୍ଞ ଦଳ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି। ସୁନ୍ଦରୀକୁ ଆଉ କେଉଁଠିକୁ ସ୍ଥାନାନ୍ତର କରାଯିବ ନାହିଁ ବୋଲି ବିଶେଷଜ୍ଞ ଦଳ କହିଛନ୍ତି । ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି ଯେ, ଏହା ଏକ ବଡ଼ ମିଶନ ଓ ଯୋଜନାବଦ୍ଧ ପ୍ରକଳ୍ପ ଅଟେ । ଫଳରେ ନିଷ୍ପତ୍ତି ବଦଳାଇବା କଷ୍ଟକର । ବିକଳ୍ପ ଦିଗରୁ ଏହାକୁ ବିଶ୍ଳେଷଣ କରାଯାଉଛି । ଏନେଇ ଯାହା ସମସ୍ୟା ଅଛି ତାହା ଦୂର କରିବା ପାଇଁ ପ୍ରୟାସ କରାଯିବ । ଏହା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ବୁଝାଯିବ ବୋଲି ବିଶେଷଜ୍ଞ ଦଳ ପକ୍ଷରୁ କୁହାଯାଇଛି।

tiger

ଉଲ୍ଲେଖଯୋଗ୍ୟ,ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ସୁନ୍ଦରୀକୁ ଅଣାଯାଇଥିଲା । କିନ୍ତୁ କିଛି ଦିନ ତଳେ ଜଣେ ମହିଳାଙ୍କୁ ଆକ୍ରମଣ କରି ମାରିଦେବା ପରେ ଏହି ବାଘୁଣୀକୁ ସ୍ଥାନାନ୍ତର ଦାବି ଜୋର ଧରିଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ବିଶେଷଜ୍ଞ ଟିମ ସ୍ଥିତି ଅନୁଧ୍ୟାନ କରିଥିଲା।

ପଢନ୍ତୁ;ଆଜି ପବିତ୍ର ବିଶ୍ୱକର୍ମା ପୂଜା,ସାରା ରାଜ୍ୟ ଉତ୍ସବମୁଖର

Related posts

ସୁପ୍ରିମକୋର୍ଟ ବିବାଦର ଆଜି ହୋଇପାରେ ସମାଧାନ !

ENO Beuro

ଭୁବନେଶ୍ୱରରେ ଆରମ୍ଭ କରାଗଲା ହାପିନାରୀ ବ୍ୟବସ୍ଥା : ରେଳ ଷ୍ଟେସନ୍‌ରେ ଲାଗିଲା ନାପକିନ୍‌ ଭେଣ୍ଡିଂ ମେସିନ୍‌

ENO Beuro

ଓୟୁଏଟି ଫାର୍ମ ହାଉସରେ ପଶିଲା ଦନ୍ତାହାତୀ ! ହାତୀକୁ ଘଉଡାଇବା ପାଇଁ ବନବିଭାଗର ଉଦ୍ୟମ ଆରମ୍ଭ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More