News

ପୁଣି ମଣିଷ ମାରିଲା ‘ସୁନ୍ଦରୀ’

tiger

ସୁନ୍ଦରୀ ହଟାଓ ଦାବିରେ ରାସ୍ତାରୋକ

ପୁଲିସ-ଜନତା ଖଣ୍ଡଯୁଦ୍ଧ

ବାନ୍ଧବଗଡର ହିଂସ୍ର ବାଘୁଣୀ ‘ସୁନ୍ଦରୀ’ ଦ୍ଵିତୀୟ ଥର ପାଇଁ ମଣିଷ ମାରିଛି। ଅନୁଗୁଳ ଟାଇଁସି ପଞ୍ଚାୟତ ନୂଆପଡା ଅଞ୍ଚଳରେ ପୁଣି ଆତଙ୍କ ମଚାଇଛି ବାଘୁଣୀ । ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ନୂଆପଡା ଅଞ୍ଚଳର ତ୍ରୀନାଥ ସାହୁ ।

tiger

ସୂଚନା ଅନୁଯାୟୀ, ବିଲକାମ କରିବାକୁ ଯାଇଥିବା ବେଳେ ନୂଆପଡା ସ୍କୁଲ ପଛପଟେ ତାଙ୍କୁ ବାଘୁଣୀ ଆକ୍ରମଣ କରିଥିଲା । ତାଙ୍କ ବେକ ଓ କାନ୍ଧରେ କ୍ଷତ ଚିହ୍ନ ରହିଛି । ଏହାସହ ଗତକାଲି ରାତିରେ ବାଘଣୀ ସୁନ୍ଦରୀ ଗାଁ ମୁଣ୍ଡରେ ବୁଲିଥିବାର ଶୁଣିବାକୁ ମିଳିଛି । ତେବେ ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକମାନେ ଅନୁଗୁଳ ଏସିଏଫ ଶ୍ରୀକାନ୍ତ ବେହେରାଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟଲୋକ।

ପୂର୍ବରୁ ସୁନ୍ଦରୀ ଆକ୍ରମଣରେ କୈଳାସୀ ସାଏ ନାମ୍ନୀ ଜଣେ ମହିଳାଙ୍କର ମୃତୁ୍ୟ ହୋଇଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ହିଂସାକାଣ୍ଡ ଘଟିଥିଲା । ତେବେ ପରେ ଉକ୍ତ ମହିଳା ଜଣଙ୍କ ସୁନ୍ଦରୀ ଆକ୍ରମଣରେ ମରିନଥିଲେ ବୋଲି ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।

ପଢନ୍ତୁ;  ପଦ୍ମ ଧରିଲେ ସିମୁଳିଅାର ପୂର୍ବତନ କଂଗ୍ରେସ ବିଧାୟକ ପଦ୍ମଲୋଚନ ପଣ୍ଡା

Related posts

ନିରଞ୍ଜନ ପଟ୍ଟନାୟକ ଓ ପୁଅଙ୍କୁ ଦିଲ୍ଲୀ ପୁଲିସର ସମନ

ENO Beuro

ବର୍ଣ୍ଣବୋଧ ପୋଡା ଭିଡିଓ ଭାଇରାଲ୍ ଘଟଣାରେ ମୁହଁ ଖୋଲିଲେ ପଦ୍ମଶ୍ରୀ ହଳଧର ନାଗ

Ratnamani Moharana

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

ENO Beuro

Leave a Comment