Entertainment

କପିଲ ଶର୍ମାଙ୍କ ନୂଆ ସୋ’ରେ ନଜର ଆସିପାରନ୍ତି ସୁନୀଲ

ପୁଣି ଥରେ ଏକାଠି ହୋଇପାରନ୍ତି ଦୁଇ କମେଡିଆନ

କପିଲ ଶର୍ମା ପୁଣି ଏବେ ଚର୍ଚ୍ଚାରେ । ନୂଆ ସୋ ‘ଫ୍ୟାମେଲି ଟାଇମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି କପିଲ । ଏବେ ଶୁଣିବାକୁ ମିଳୁଛି କି ସୁନୀଲ ଗ୍ରୋଭର ପୁଣିଥରେ ସୋ’ରେ ଭାଗ ନେଇପାରନ୍ତି । କପିଲ ଶର୍ମାଙ୍କ କମେଡିରେ ଚାରଚାନ୍ଦ ଲଗାଉଥିବା ସୁନୀଲ ଗ୍ରୋଭର ଗଣମାଧ୍ୟମଙ୍କ ସହିତ କଥାବାର୍ତା ହେଉଥିଲା ବେଳେ କହିଛନ୍ତି କି, କପିଲ ଶର୍ମାଙ୍କ ନୂଆ ସୋ ‘ଫ୍ୟାମେଲି ଟାଇମ’ରେ ସେ ଅଂଶ ଗ୍ରହଣ କରୁନାହାନ୍ତି ।

କପିଲ ଶର୍ମା ଓ ସୁନୀଲ ଗ୍ରୋଭର ଅଷ୍ଟ୍ରେଲିଆର ଏକ ସୋ କାମ ଶେଷ କରି ଫେରୁଥିଲା ବେଳେ ଉଡାଜାହାଜରେ ଦୁଇ ଜଣଙ୍କ ମଧ୍ୟରେ ମତାନ୍ତର ହୋଇଥିଲା । କିନ୍ତୁ ଏହି ବାବଦରେ କପିଲ ଶର୍ମାଙ୍କୁ ପଚାରିବେଳକୁ ସେ କହିଥିଲେ କି ସୁନୀଲଙ୍କ ସହ ତାଙ୍କର ଝଗଡା ହୋଇନଥିଲା । ତେବେ ସୁନୀଲ ମଧ୍ୟ ଏହି ବାବଦରେ କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ ।

ନିକଟରେ କପିଲ ଶର୍ମା କହିଥିଲେ କି, ସେ ସୁନୀଲ ଗ୍ରୋଭରଙ୍କ ସମେତ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏବେ କିନ୍ତୁ ସୁନୀଲ ଗ୍ରୋଭର ଉପରେ ନିର୍ଭର କରାଯାଉଛି କି, ସେ କପିଲଙ୍କ ସୋ’ରେ ପୁଣିଥରେ କାମ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି କି ନାହିଁ ।

ତେବେ ଏହି ବିବାଦକୁ ନେଇ କପିଲ ଶର୍ମା କହିଛନ୍ତି କି, ଏହି ପ୍ରଶ୍ନ ଆପଣ ସୁନୀଲ ଗ୍ରୋଭରଙ୍କ ପଚାରିବାକୁ ପଡିବ । ମୁଁ ତ ଆପଣଙ୍କୁ ବହୁତ ଥର କହି ସାରିଲିଣି କି ମୋତେ ସୁନୀଲଙ୍କ ସହ କାମ କରିବାକୁ କିଛି ଅସୁବିଧା ନାହିଁ । ଏହା ସୁନୀଲ ହାତରେ ରହିଛି, ସେ ମୋ ସହିତ କାମ କରିବାକୁ ଚାହିଁବେ କି ନାହିଁ ।


ପଢନ୍ତୁ ;

ବିଜେଡ଼ିର ୩ ରାଜ୍ୟସଭା ପ୍ରାର୍ଥୀ : ସୋମ୍ୟରଞ୍ଜନ, ପ୍ରଶାନ୍ତ , ଅଚ୍ୟୁତଙ୍କ ନାମ ଘୋଷଣା କରିଛନ୍ତି ନବୀନ

Related posts

ଦୀର୍ଘ ଆଠ ବର୍ଷ ପରେ ଏକାଠି ନଜର ଆସିବେ ଏହି ଯୋଡି

ENO Beuro

‘୧୦୨ ନଟ୍‌ ଆଉଟ୍‌’ର ନୂଆ ପୋଷ୍ଟର ରିଲିଜ

ENO Beuro

ଏଥର ରଜରେ ସଲମାନ ଖାନ ସହ ଲଢିବ ୪ଇଡିଅଟସ

ENO Beuro

Leave a Comment