POLITICALS

ଗୁର୍ଦାସପୁରରୁ ଆଜି ନାମାଙ୍କନ ଦାଖଲ କଲେ ଅଭିନେତା ସନ୍ନି ଦେଓଲ

ବଲିଉଡ ଷ୍ଟାର ସନୀ ଦେଓଲ  ‘ପଦ୍ମ’ ଧରିବା ପରେ ତାଙ୍କୁ ପଞ୍ଜାବ ଗୁରୁଦାଶପୁରରୁ ଟିକେଟ ଦେଇଛି ବିଜେପି । ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଦେଶବ୍ୟାପୀ ଚାଲିଥିଲାବେଳେ  ଅନ୍ୟପଟେ ସନୀ ଦେଓଲ ବିରାଟ ରୋଡ ସୋ’ ମାଧ୍ୟମରେ ଯାଇ ନାମାଙ୍କନ ଭରିଛନ୍ତି। ସନ୍ନି ଦେଓଲ ପଞ୍ଜାବ ଗୁର୍ଦାସପୁର ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି |ନାମାଙ୍କନ ଭରିବା ସମୟରେ ସନ୍ନି ଦେଓଲଙ୍କ ସହ ତାଙ୍କ ସାନ ଭାଇ ବବି ଦେଓଲ ଓ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ଏବଂ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ।

ସନ୍ନି ନାମାଙ୍କନ ଦାଖଲ ପରେ ଆଜି ଗୁର୍ଦାସପୁରରେ ରାଲି କରିବେ | ରାଲି ପରେ ସନ୍ନି ଦେଓଲ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ମୁମ୍ବାଇ  ଯିବେ | ମେ ୧ ତାରିଖ ପରେ ସନ୍ନି ଲଗାତାର ନିଜ କ୍ଷେତ୍ରରେ ପ୍ରଚାର କରିବେ | ପିତା ଧର୍ମେନ୍ଦ୍ର ଓ ଭାଇ ବବି  ମଧ୍ୟ ସନ୍ନିଙ୍କ ପାଇଁ ପ୍ରଚାର କରିବେ | ସନ୍ନି ଦେଓଲଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼  ମୈଦାନକୁ ଓହ୍ଲାଇଛନ୍ତି |
ପଢନ୍ତୁ: ପଳାତକ ଘୋଷିତ ହେବେ ବିଜେପି ପାର୍ଥୀ ଓମ ପ୍ରକାଶ

Related posts

ଧର୍ମେନ୍ଦ୍ରଙ୍କ ବିଜେଡ଼ିକୁ ଟାର୍ଗେଟ: ଲଙ୍କାରେ ହରିଶବ୍ଦ ଯାହା ବିଜେଡିର ମହିଳା ସଶକ୍ତିକରଣ ତାହା

Ratnamani Moharana

ପଦ୍ମ ଧରିବେ ବୈଜୟନ୍ତ ପଣ୍ଡା

ENO Beuro

ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

Ratnamani Moharana

Leave a Comment