ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

ସନି ଦେଓଲ ଓ ପ୍ରୀତି ଜିଣ୍ଟା ଏକାଠି ନଜର ଆସିବେ

୧୫ ବର୍ଷ ପରେ ଏକ ଫିଲ୍ମ ଜରିଆରେ ବଲିଉଡ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏକାଠି ଆସୁଛନ୍ତି । ସନିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୈୟାଜି ସୁପରହିଟ୍‌’ରେ ଏହି ଯୋଡ଼ିଙ୍କୁ ପୁଣି ଦେଖିବାକୁ ମିଳିବ । ୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଫିଲ୍ମ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ । ୨୦୦୩ରେ ଉଭୟଙ୍କ ଫିଲ୍ମ ‘ଦି ହିରୋ: ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଏ’ ଆସିଥିଲା ।

ନିକଟରେ ପ୍ରୀତି ଜିଣ୍ଟା ନିଜ ଜନ୍ମଦିନ ପାଳନ ଉତ୍ସବର ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ବବି ଦେଓଲ, ସଲମାନ ଖାନ, ସୋନାକ୍ଷୀ ସିହ୍ନା ଓ ଲୁଲିଆ ଭଣ୍ଟୁର ନଜର ଆସିଛନ୍ତି । ଫିଲ୍ମ ‘ଇସ୍କ ଇନ୍‌ ପ୍ୟାରିସ’ ପରେ ପ୍ରୀତି ଅନ୍ୟ କୌଣସି ଚଳଚ୍ଚିତ୍ରରେ ନଜର ଆସିନାହାନ୍ତି । ଭୈୟାଜି ସୁପରହିଟ୍‌ ଚଳଚ୍ଚିତ୍ରରେ ସନି ଦେଓଲଙ୍କ ସହ ଅମୀଷା ପଟେଲ, ଅର୍ଶାଦ ୱାର୍ସି, ଶ୍ରେୟସ ତଲପଡେ୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

ପଢନ୍ତୁ ;

ଲବଙ୍ଗ ବହୁତ ଉପକାରୀ !ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇଲେ କି କି ଲାଭ ମିଳିଥାଏ

ସନି ଦେଓଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏକାଠି ଆସୁଛନ୍ତି । - 4.3

85%

୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଫିଲ୍ମ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ । - 4.6

92%
4.4/5

Very Good!

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

୧୫ ବର୍ଷ ପରେ ଏକ ଫିଲ୍ମ ଜରିଆରେ ବଲିଉଡ ଅଭିନେତା ସନି ଦେଓଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏକାଠି ଆସୁଛନ୍ତି । ସନିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୈୟାଜି ସୁପରହିଟ୍‌’ରେ ଏହି ଯୋଡ଼ିଙ୍କୁ ପୁଣି ଦେଖିବାକୁ ମିଳିବ । ୭ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଏହି ଫିଲ୍ମ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ । ୨୦୦୩ରେ ଉଭୟଙ୍କ ଫିଲ୍ମ ‘ଦି ହିରୋ: ଲଭ୍‌ ଷ୍ଟୋରୀ ଅଫ୍‌ ଏ ସ୍ପାଏ’ ଆସିଥିଲା ।

No Votes Yet

You're not rated yet