Entertainment

ଜାଆଁଳା ପୁତ୍ରର ଜନନୀ ହେଲେ ସନ୍ନି ଲିଓନ

୨ ଜଣ ପୁତ୍ର ସନ୍ତାନଙ୍କ ଜନନୀ ସନ୍ନି  ଲିଓନ

ପର୍ଣ୍ଣଷ୍ଟାର୍‌ ଟର୍ଣ୍ଣଡ୍‌ ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ୱାମୀ ଡାନିଏଲ୍‌ ଠେଓ୍ଵବର୍‌ ପୁଣିଥରେ ବାପାମାଆ ହୋଇଛନ୍ତି । ଏଥର ସେ ୨ ଜଣ ପୁତ୍ର ସନ୍ତାନଙ୍କ ଜନକ-ଜନନୀ ସାଜିଛନ୍ତି । ଗତ ବର୍ଷ ସନ୍ନି ଏବଂ ଡାନିୟଲ୍‌ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । କିନ୍ତୁ ଏଥର ତାଙ୍କ ୨ ପୁତ୍ର ନିଜ ରକ୍ତର ପିଲା । ସେ ଦୁହିଁଙ୍କ ନାମ ଅସେର୍‌ ସିଂହ ଠେଓ୍ଵବର୍‌ ଏବଂ ନୋହା ସିଂ ଠେଓ୍ଵବର୍‌ ।

ସନ୍ନି ଏବଂ ଡାନିୟଲ୍‌ ନିଜ ୨ ଜଣ ପୁତ୍ରକୁ ନେଇ ବହୁତ ଖୁସି ଅଛନ୍ତି । ସନ୍ନି କହିଛନ୍ତି କି ,ଏହା ହେଉଛି ଭଗବାନଙ୍କ ଯୋଜନା । ଆମେ ଜାଣିନଥିଲୁ ଯେ ଆମର ଏପରି ଏକ ବଡ଼ ଏବଂ ସୁନ୍ଦର ପରିବାରଟେ ହେବ। ଆମେ ଏହାକୁ ଖୁବ୍‌ ଉପଭୋଗ କରୁଛୁ। ଏହା ଆମ ପାଇଁ ଆଶୀର୍ବାଦ ପରି ଲାଗୁଛି। ଆମ ପରିବାର ପୂରା ହୋଇଗଲା ।

ଏହା ମଧ୍ୟ କହିଛନ୍ତି ସନ୍ନି ଆମେ ନିଜର ରକ୍ତର ପିଲା ଚାହୁଁଥିଲୁ । ସେଥିପାଇଁ ସରୋଗେସିର ସାହାରା ନେଲୁ। ଭଗବାନ ଆମ ପାଖକୁ ଏକ ପରୀଙ୍କୁ ପଠାଇଥିଲେ। ଯିଏ ଏତେ ଦିନ ଧରି ତାଙ୍କ ଗର୍ଭରେ ଡାନିଏଲ୍‌ ଏବଂ ମୋ ପିଲାକୁ ଧାରଣ କଲେ। ଅସେର୍‌ ଓ ନୋହା ହେଉଛନ୍ତି ଆମର ବାୟଲୋଜିକାଲ୍‌ ପୁତ୍ର ।

ସନ୍ନିଙ୍କ ସ୍ୱାମୀ ଡାନିଏଲ୍‌ କହନ୍ତି କି ଆମ ପରିବାର ପୂରଣ ହେଇଗଲା । ଏବେ ଆଉ ଅଧୁରା ନାହିଁ । ଏବେ ମୁ ଗର୍ବରେ କହି ପାରିବି ମୋ ପାଖରେ ଗର୍ବ କରିବା ପରି ପରିବାରଟିଏ ଅଛି ।

ପଢନ୍ତୁ ;

ଆପଣଙ୍କ ପାର୍ଟନରଙ୍କ ଆଉ କାହା ସହ ଚାଲିଛି କି ଆଫେୟାର ଜାଣନ୍ତୁ ଏହି ସଙ୍କେତରୁ

Related posts

ଫିଲ୍ମଫେୟାର ପୁରସ୍କାର :ଇର୍ଫାନ, ବିଦ୍ୟା ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ

ENO Beuro

ଜୁନ ୩୦ରେ ଆକାଶ ଆମ୍ବାନୀଙ୍କ ନିର୍ବନ୍ଧ !

ENO Beuro

ଫ୍ରାଇଡେରେ ପରଦାକୁ ଆସିଲା ‘ଶକ୍ତି- ଦ ଲାୟନ ହାର୍ଟ’

ENO Beuro

Leave a Comment