‘ବୀରାମ୍ମାଦେବୀ’ରେ ମୁଖ୍ୟ ଭୂମିକାରେ ଜଣେ ଯୋଦ୍ଧାବେଶରେ ନଜର ଆସିବେ ସନ୍ନି
ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ । ବୀରାଙ୍ଗନା ଭୂମିକାରେ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସନ୍ନି ଲିଓନ୍ । ତାମିଲ ଫିଲ୍ମ ‘ବୀରାମ୍ମାଦେବୀ’ରେ ମୁଖ୍ୟ ଭୂମିକାରେ ଜଣେ ଯୋଦ୍ଧାବେଶରେ ଆସୁଛନ୍ତି ସନ୍ନି । ପାଓ୍ବାର୍ପ୍ୟାକ୍ ଆକ୍ସନ୍ ସହ ଭିନ୍ନ ରୂପରେ ଦେଖିବାକୁ ମିଳିବ ସନ୍ନିଙ୍କୁ । ଫିଲ୍ମର ଫାଷ୍ଟଲୁକ୍ ଶୁକ୍ରବାର ରିଲିଜ୍ ହୋଇଛି ।
ସନି ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଏହି ଫଟୋକୁ ସେୟାର କରିଚନ୍ତି । ଏହା ସହିତ ସେ ଲେଖିଛନ୍ତି ‘ଏହାକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଅଧିକ ଉତ୍ସୁକ ଥିଲି । ବୀରମାଦେବୀର ପ୍ରଥମ ପୋଷ୍ଟର ।’ ପୋଷ୍ଟରେ ସନି ଲିଓନି ଯୋଦ୍ଧା ଚରିତ୍ରରେ ନଜର ଆସିଛନ୍ତି । ଏହି ଫଟୋ ସହ ଫିଲ୍ମ କେତେ ଦମ୍ଦାର ଥିବ ତାହା ସ୍ପଷ୍ଟ ଜଣାପଡ଼ୁଛି। ଫିଲ୍ମଟି ଦର୍ଶକଙ୍କୁ କେତେମାତ୍ରାରେ ପ୍ରଭାବିତ କରିପାରୁଛି ତାହା ରିଲିଜ୍ ହେବା ପରେ ହିଁ ଜଣାପଡ଼ିବ ।
ତେଲଗୁ-ତାମିଲ ନିର୍ମିତ ଏହି ଫିଲ୍ମକୁ ମଲୟାଲମ, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ । ଏହା ପୂର୍ବରୁ ସନି ଅନେକ ସାଉଥ ଫିଲ୍ମର ଗୀତରେ ନଜର ଆସିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ସନି କୌଣସି ସାଉଥ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ‘ବୀରାମ୍ମାଦେବୀ’ ହେଉଛି ଏକ ତାମିଲ ସାମୟିକ ନାଟକ ।
ଭି.ସି. ବାଦିବୁଦୈୟାନ୍ଓ୍ବିଥ୍ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ଅଭିନେତା ନବ୍ଦୀପଙ୍କୁ ଅନ୍ୟତମ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ପ୍ରକାଶ ଯେ, ପୂଜା ଭଟ୍ଟଙ୍କ ‘ଜିସ୍ମ ୨’ ଜରିଆରେ ବଲିଉଡ୍ ଜଗତରେ ପାଦ ରଖିଥିଲେ ସନ୍ନି । ଏହାପୂର୍ବରୁ ସେ ଅନେକ ପର୍ନ ଭିଡିଓରେ କାମ କରିଥିଲେ। ପରେ ଅନେକ ବଲିଉଡ୍ ପ୍ରୋଜେକ୍ଟରେ ତାଙ୍କୁ ସୁଯୋଗ ମିଳିଥିଲା ।
ପଢନ୍ତୁ ;