Entertainment

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ!

By Krishna Kumar Manoj

May 19, 2018

‘ବୀରାମ୍ମାଦେବୀ’ରେ ମୁଖ୍ୟ ଭୂମିକାରେ ଜଣେ ଯୋଦ୍ଧାବେଶରେ ନଜର ଆସିବେ ସନ୍ନି

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ । ବୀରାଙ୍ଗନା ଭୂମିକାରେ ପରଦାକୁ ଆସୁଛନ୍ତି ଅଭିନେତ୍ରୀ ସନ୍ନି ଲିଓନ୍‌ । ତାମିଲ ଫିଲ୍ମ ‘ବୀରାମ୍ମାଦେବୀ’ରେ ମୁଖ୍ୟ ଭୂମିକାରେ ଜଣେ ଯୋଦ୍ଧାବେଶରେ ଆସୁଛନ୍ତି ସନ୍ନି । ପାଓ୍ବାର୍‌ପ୍ୟାକ୍‌ ଆକ୍ସନ୍‌ ସହ ଭିନ୍ନ ରୂପରେ ଦେଖିବାକୁ ମିଳିବ ସନ୍ନିଙ୍କୁ । ଫିଲ୍ମର ଫାଷ୍ଟଲୁକ୍‌ ଶୁକ୍ରବାର ରିଲିଜ୍‌ ହୋଇଛି ।

ସନି ନିଜ ଟ୍ୱିଟର ଆକାଉଣ୍ଟରେ ଫିଲ୍ମର ଏହି ଫଟୋକୁ ସେୟାର କରିଚନ୍ତି । ଏହା ସହିତ ସେ ଲେଖିଛନ୍ତି ‘ଏହାକୁ ଆପଣଙ୍କ ସହିତ ସେୟାର କରିବା ପାଇଁ ଅଧିକ ଉତ୍ସୁକ ଥିଲି । ବୀରମାଦେବୀର ପ୍ରଥମ ପୋଷ୍ଟର ।’ ପୋଷ୍ଟରେ ସନି ଲିଓନି ଯୋଦ୍ଧା ଚରିତ୍ରରେ ନଜର ଆସିଛନ୍ତି । ଏହି ଫଟୋ ସହ ଫିଲ୍ମ କେତେ ଦମ୍‌ଦାର ଥିବ ତାହା ସ୍ପଷ୍ଟ ଜଣାପଡ଼ୁଛି। ଫିଲ୍ମଟି ଦର୍ଶକଙ୍କୁ କେତେମାତ୍ରାରେ ପ୍ରଭାବିତ କରିପାରୁଛି ତାହା ରିଲିଜ୍‌ ହେବା ପରେ ହିଁ ଜଣାପଡ଼ିବ ।

ତେଲଗୁ-ତାମିଲ ନିର୍ମିତ ଏହି ଫିଲ୍ମକୁ ମଲୟାଲମ, କନ୍ନଡ ଏବଂ ହିନ୍ଦୀ ଭାଷାରେ ରିଲିଜ କରାଯିବ । ଏହା ପୂର୍ବରୁ ସନି ଅନେକ ସାଉଥ ଫିଲ୍ମର ଗୀତରେ ନଜର ଆସିଛନ୍ତି ।  କିନ୍ତୁ ପ୍ରଥମ ଥର ପାଇଁ ସନି କୌଣସି ସାଉଥ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ‘ବୀରାମ୍ମାଦେବୀ’ ହେଉଛି ଏକ ତାମିଲ ସାମୟିକ ନାଟକ ।

ଭି.ସି. ବାଦିବୁଦୈୟାନ୍‌ଓ୍ବିଥ୍‌ ଏହାର ନିର୍ଦ୍ଦେଶନା ଦେଉଥିବାବେଳେ ଅଭିନେତା ନବ୍‌ଦୀପଙ୍କୁ ଅନ୍ୟତମ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ପ୍ରକାଶ ଯେ, ପୂଜା ଭଟ୍ଟଙ୍କ ‘ଜିସ୍‌ମ ୨’ ଜରିଆରେ ବଲିଉଡ୍‌ ଜଗତରେ ପାଦ ରଖିଥିଲେ ସନ୍ନି । ଏହାପୂର୍ବରୁ ସେ ଅନେକ ପର୍ନ ଭିଡିଓରେ କାମ କରିଥିଲେ। ପରେ ଅନେକ ବଲିଉଡ୍‌ ପ୍ରୋଜେକ୍ଟରେ ତାଙ୍କୁ ସୁଯୋଗ ମିଳିଥିଲା ।

ପଢନ୍ତୁ ;

ବଡ ଦେଉଳରୁ ଖସିଲା ଚୂନଖଣ୍ଡ : ମହିଳା ଭକ୍ତ ଆହାତ