SPORTS

ଆଇପିଏଲ ୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫ରନରେ ହରାଇଲା ସନ୍‌ରାଇଜର୍ସ ହାଇଦ୍ରାବାଦ!

ସନ୍‌ରାଇଜର୍ସର ୮ମ ବିଜୟ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସୋମବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୫ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ସନ୍‌ରାଇଜର୍ସ ୨୦ ଓଭରରେ ୧୪୬ ରନ କରି ଅଲଆଉଟ ହୋଇଥିଲେ ହେଁ ରୟାଲ ଚ୍ୟାଲେଞ୍ଜର୍ସ ଇନିଂସକୁ ୨୦ ଓଭରରେ ୧୪୧/୬ରେ ସୀମିତ ରଖିବାରେ ସକ୍ଷମ ହୋଇଥିଲା। ୧୦ ମ୍ୟାଚରୁ ୮ମ ବିଜୟ ସହ ସନ୍‌ରାଇଜର୍ସ ପଏଣ୍ଟ ଟେବୁଲରେ ନିଜର ଶୀର୍ଷସ୍ଥାନକୁ ଅଧିକ ମଜଭୁତ କରିବା ସହ ପ୍ଲେ-ଅଫ୍‌ ପ୍ରବେଶକୁ ଏକପ୍ରକାର ନିଶ୍ଚିତ କରିଛି। ଅନ୍ୟ ପକ୍ଷରେ ୧୦ ମ୍ୟାଚରୁ ୭ମ ପରାଜୟ ବରଣ କରିଥିବା ରୟାଲ ଚ୍ୟାଲେଞ୍ଜର୍ସର ଆଶା ମଉଳିଛି।

ଟସ୍‌ ଜିତି ବିରାଟ କୋହଲି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତିକୁ ଦଳର ବୋଲରମାନେ ଉଚିତ ସାବ୍ୟସ୍ତ କରିଥିଲେ। ଦଳୀୟ ସ୍କୋର ୧୫ ହୋଇଥିବାବେଳେ ସନ୍‌ରାଇଜର୍ସକୁ ପ୍ରଥମ ଝଟ୍‌କା ଦେଇଥିଲେ ଟିମ୍‌ ସୌଦୀ। ତୃତୀୟ ଓଭରର ତୃତୀୟ ବଲ୍‌ରେ ସେ ଆଲେକ୍ସ ହେଲ୍ସଙ୍କୁ କ୍ଲିନ ବୋଲ୍ଡ କରି ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ପ୍ରଥମ ସଫଳତା ଆଣିଥିଲେ। ହେଲ୍ସ ମାତ୍ର ୫ ରନ କରିବାକୁ ସକ୍ଷମ ହୋଇଥିଲେ। ୩୮ ରନରେ ସନ୍‌ରାଇର୍ଜର ଦ୍ୱିତୀୟ ଉଇକେଟ ପଡ଼ିଥିଲା। ଫର୍ମରେ ଥିବା ଶିଖର ଧାଓ୍ବନଙ୍କୁ ସୌଦୀଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ଫେରାଇଥିଲେ ମହମ୍ମଦ ସିରାଜ। ୧୯ ବଲ୍‌ରୁ ଧାଓ୍ବନ ୧ ଚୌକା ସହ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। ଅଧିନାୟକ କେନ୍‌ ଓ୍ବିଲିୟମସନ ଲଢ଼େଇ ଜାରି ରଖିଥିଲେ ହେଁ ମନୀଷ ପାଣ୍ଡେ ମାତ୍ର ୫ ରନ କରି ଆଉଟ ହେବାରୁ ୪୮ ରନରେ ତୃତୀୟ ଉଇକେଟ ହରାଇଥିଲା ସନ୍‌ରାଇଜର୍ସ। ଓ୍ବିଲିୟମସନ ଓ ଶାକିବ ଅଲ୍‌ ହାସନ ୪ର୍ଥ ଉଇକେଟରେ ୬୪ ରନର ଭାଗୀଦାରି ଗଢ଼ିବାରୁ ଦଳ ସମ୍ମାନଜନକ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲା। ୧୬ ଓଭର ଶେଷରେ ସ୍କୋର ୧୧୨ରେ ହୋଇଥିବାବେଳେ ଓ୍ବିଲିୟମସନ ବ୍ୟକ୍ତିଗତ ୫୬ ରନ କରି ଉମେଶ ଯାଦବଙ୍କ ବଲ୍‌ରେ ଆଉଟ ହୋଇଥିଲେ। ୩୯ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ନିଜ ଇନିଂସ ମଧ୍ୟରେ ୫ ଚୌକା ଓ ୨ ଛକା ମାରିଥିଲେ। ଏହାପରେ ଶାକିବଙ୍କ ଉପରେ ଇନିଂସ ଆଗେଇନେବା ଭାର ପଡ଼ିଥିଲା।

ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଟିମ୍‌ ସୌଦୀ ଓ ମହମ୍ମଦ ସିରାଜ ୩ଟି ଲେଖାଏ ଏବଂ ଉମେଶ ଯାଦବ ଓ ୟେଜୁବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ମୋଇନ ଅଲୀ ଉଇକେଟ ପାଇ ନ ଥିଲେ ହେଁ ଚମତ୍କାର ବୋଲିଂ କରି ୩ ଓଭରରେ ମାତ୍ର ୧୯ ରନ ବ୍ୟୟ କରିଥିଲେ। ମ୍ୟାଚରେ ଏକମାତ୍ର ଅର୍ଦ୍ଧଶତକ ହାସଲକାରୀ ଓ୍ବିଲିୟମସନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ପଢନ୍ତୁ; କାନରେ ହେଡଫୋନ୍‌ ଲଗାଇ ଶୋଇବା ପଡିଲା ମହଙ୍ଗା,ଚାଲିଗଲା ଜୀବନ!

Related posts

ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ENO Beuro

ଆଜିଠୁ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ: ଦୌଡରେ ସାଇନା, ସିନ୍ଧୁ ଓ ଶ୍ରୀକାନ୍ତ ସାମିଲ

Ratnamani Moharana

ବିରାଟ କୋହଲିଙ୍କୁ ୧୨ ଲକ୍ଷ ଅର୍ଥଦଣ୍ଡ

ENO Beuro

Leave a Comment