SPORTS

ଦିଲ୍ଲୀକୁ ୧୨୯ ରନରେ ହରାଇ ସନରାଇଜର୍ସ ହାଇଦ୍ରାବାଦ ହେଲା ବିଜୟୀ

ଆସନ୍ତାକାଲି ଫିରୋଜ ଶାହା କୋଟଲା  ଗ୍ରାଉଣ୍ଡରେ ସନରାଇଜର୍ସ ୫ ୱିକେଟରେ ଦିଲ୍ଲୀ କାପିଟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ଟସ ଜିତି ପ୍ରଥମେ ଫିଲଡିଙ୍ଗ କରିବାର ନିଷ୍ପତି ନେଇଥିଲା। ଅଧିନାୟକ ଶ୍ରେୟାସ ଆୟରଙ୍କ ଲଢ଼ୁଆ ୪୩ ରନ୍‌ର ଇନିଂସ ସତ୍ତ୍ବେ ଦିଲ୍ଲୀ ୮ ୱିକେଟରେ ୧୨୯ ରନ୍ କରି ପାରିଥିଲା। ପରେ ଜନି ବେୟାରଷ୍ଟୋଙ୍କ  ବିସ୍ଫୋରକ ଇନିଂସ ବଳରେ ୧୮.୩ ଓଭରରେ ୫ ୱିକେଟ ହରାଇ ସନ୍‌ରାଇଜର୍ସ ବିଜୟୀ ହୋଇଥିଲା। ସନ୍‌ରାଇଜର୍ସ ୪ଟି ମ୍ୟାଚ୍‌ରୁ ୩ୟ ବିଜୟ ପରେ ପଏଣ୍ଟ ଟେବୁଲ୍‌ର ଶୀର୍ଷକୁ ପେରିପାରିଛି। ଦିଲ୍ଲୀ କ୍ୟାପିଟାଲ୍‌ସ ୫ମ ମ୍ୟାଚ୍‌ରେ ୩ୟ ପରାଜୟ ବରଣ କରିଛି।

ଦୁଇ ଓପ୍ନର ପୃଥ୍ୱୀ ଶ’ ଓ ଶିଖର ଧୱନ୍ କ୍ରମାଗତ ଫେଲ୍ ମାରିଛନ୍ତି। ପୃଥ୍ୱୀ ମାତ୍ର ୧୧ ରନ୍ କରିଥିବା ବେଳେ ଭୁବନେଶ୍ୱର କୁମାରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଲଗାତାର ଖରାପ ଫର୍ମରେ ଥିବା ଧୱନ୍ (୧୨)ଙ୍କୁ ନବି ପ୍ୟାଭିଲିୟନ୍ ପଠାଇଥିଲେ। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (୫), ରାହୁଲ ତେୱାତିଆ (୫) ଓ କଲିନ୍ ଇନଗ୍ରାମ (୫) ମଧ୍ୟ ନିରାଶ କରି ଶସ୍ତାରେ ଆଉଟ୍  ହୋଇଥିଲେ।
ପଢନ୍ତୁ: ଆଇପିଏଲ ୧୨: ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନରେ ବିଜୟୀ

Related posts

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ

ENO Beuro

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

ENO Beuro

୫୦ ଓଭରରେ ୪୯୦ ରନ୍‌ ସଂଗ୍ରହ କରି ବିଶ୍ଵ ରେକର୍ଡ କଲା ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳ!

ENO Beuro

Leave a Comment