ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

ସୂର୍ଯ୍ୟଙ୍କ ରତ୍ନ ମାଣିକ୍ୟ ଖୁବ ପ୍ରଭାବଶଳୀ ଅଟେ । ନିଲମ ପରି ଏହି ରତ୍ନ ମଧ୍ୟ ଖୁବ ଶୀଘ୍ର ପ୍ରଭାବ ଦେଖାଏ । ମାଣିକ୍ୟ ରତ୍ନ କୁରୁନ୍ଦମ ସମୂହର ରତ୍ନ ଓ ଆଲୁମିନିୟମ ଅକସାଇଡ ଏହାର ପ୍ରମ୍ମୁଖ ତତ୍ତ୍ଵ ଅଟେ । ସୂର୍ଯ୍ୟ ମୁଖ୍ୟତଃ ଅଗ୍ନି ପ୍ରଧାନ ଗ୍ରହ ଅଟନ୍ତି ଓ ସୂର୍ଯ୍ୟଙ୍କ ରତ୍ନ ମାଣିକ୍ୟ ବା ରୁବି ଧାରଣ କରିବା ଦ୍ଵାରା ମନୁଷ୍ୟକୁ ସଫଳତା ମିଳିଥାଏ । ମାଣିକ୍ୟ ଧନ-ଦୌଲତ , ମାନ-ସମ୍ମାନ, ଯଶ ପ୍ରାପ୍ତି କରାଏ । ରାଜନେତା , ଅଧିକାରୀ , ଡାକ୍ତର ଇଞ୍ଜିନିୟର ଓ ଅନ୍ୟ ବଡ ବଡ ପଦବୀ ପାଇବାକୁ ହେଲେ ମାଣିକ୍ୟ ପିନ୍ଧିବା ଆବଶ୍ୟକ । ସୂର୍ଯ୍ୟଙ୍କ ପାଇଁ ଗୋଲାପି ରଙ୍ଗର ମାଣିକ୍ୟ ହିଁ ସର୍ବୋତ୍ତମ ଅଟେ ।

ମାଣିକ୍ୟ ସୂର୍ଯ୍ୟଙ୍କ ରତ୍ନ ଅଟେ । ସୂର୍ଯ୍ୟ ଗ୍ରହଙ୍କ ମଧ୍ୟରେ ରାଜା, ତେଣୁ ତାଙ୍କ ରତ୍ନ ମଧ୍ୟ ରାଜଯୋଗ ପ୍ରାପ୍ତି ରେ ସହାୟକ ହୁଏ । ଆଗରୁ ରାଜାମାନଙ୍କ ମୁକୁଟରେ ମାଣିକ୍ୟ ଖଚିତ ହେଉଥିଲା ଓ ତା ସହିତ ଅନ୍ୟ ରତ୍ନ ମଧ୍ୟ ଖଚିତ ହେଉଥିଲା । ମାଣିକ୍ୟ ରତ୍ନ ଧାରଣ ପୂର୍ବରୁ ଜ୍ୟୋତିଷ କିମ୍ବା ପଣ୍ଡିତମାନଙ୍କ ମତାମତ ନେବା ଆବଶ୍ୟକ ।

କିଏ କିଏ ପିନ୍ଧି ପାରିବେ ମାଣିକ୍ୟ ରତ୍ନ

ମେଷ, କର୍କଟ, ସିଂହ, ବିଛା, ଧନୁ ଓ ମୀନ ରାଶିର ବ୍ୟକ୍ତି ମାଣିକ୍ୟ ଧାରଣ କରିପାରିବେ । ଜୁଲାଇ ମାସ କିମ୍ବା ରବିବାରରେ ଜନ୍ମିତ ବ୍ୟକ୍ତି ମାଣିକ୍ୟ ଧାରଣ କରିପାରିବେ । ମୂଳାଙ୍କ ଅନୁସାରେ , ୧ , ୧୦ , ୧୯ , ଓ ୨୮ ତାରିଖରେ ଜନ୍ମିତ ବ୍ୟକ୍ତି ମଧ୍ୟ ମାଣିକ୍ୟ ଧାରଣ କରିପାରିବେ । ସୂର୍ଯ୍ୟ ମହାଦଶା ଥିଲେ ମଧ୍ୟ ମାଣିକ୍ୟ ଧାରଣ କରିବା ବିଧେୟ ।

ମାଣିକ୍ୟ ରତ୍ନର ସତ୍ୟାସତ୍ୟ କିପରି ଚିହ୍ନଟ କରିବେ

ମାଣିକ୍ୟ ରତ୍ନ ଡାଳିମ୍ବ ଦାନା ଭଳି, ଗାଢ ରଙ୍ଗର ରତ୍ନ । ଏହା ଓଜନିଆ ଓ ଥଣ୍ଡା ହୋଇଥାଏ । ମାଣିକ୍ୟ ରତ୍ନକୁ ଆଖିରେ ରଖିଲେ ଥଣ୍ଡା ଥଣ୍ଡା ଅନୁଭୂତ ହୁଏ ।

ଅଫିସର ଅଧିକାରୀ ମାଣିକ୍ୟ ଧାରଣ କଲେ ଅଫିସରେ କୌଣସି ସମସ୍ଯା ଦେଖାଯାଏ ନାହିଁ । ମାଣିକ୍ୟ ଧାରଣ ଦ୍ଵାରା ବ୍ୟକ୍ତି ରୋଗାଗ୍ରସ୍ତ ହୁଏ ନାହିଁ , ଘରେ ସର୍ବଦା ଖୁସିର ପରିବେଶ ରହିଥାଏ । ମାଣିକ୍ୟ ଯାହାକୁ ସୁଟ କରେ ତାକୁ ରାଜା ବନେଇ ଦିଏ ।

ସୂର୍ଯ୍ୟଙ୍କ ଏହି ରତ୍ନକୁ ଧାରଣ କରିବା ଦ୍ଵାରା ଆପଣଙ୍କୁ ମିଳିପାରେ ରାଜଯୋଗ

ପଢନ୍ତୁ, ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More