News

ସୂର୍ଯ୍ୟମନ୍ଦିର ପ୍ରବେଶ ଶୁକ୍ଳ ବୃଦ୍ଧି ,ପ୍ରତିବାଦ କଲା କୋଣାର୍କ ସୁରକ୍ଷା ସମିତି

suntemple

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରବେଶ ଶୁଳ୍କରେ ବୃଦ୍ଧି କରାଯାଇଛି। ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୩୦ରୁ ୪୦ଟଙ୍କା ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ୫ଶହରୁ ୬ଶହ ଟଙ୍କାକୁ ବୃଦ୍ଧି ହୋଇଛି। ଏ ସଂକ୍ରାନ୍ତରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ଭେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଗତ ୧ ତାରିଖରୁ ଚିଠି କରିଥିବାବେଳେ ବୁଧବାରଠାରୁ ଏହା ଲାଗୁ କରାଯାଇଛି।

suntemple

ଏ ନେଇ ସପ୍ତାହେ ତଳେ ବସିଥିବା ଜିଲ୍ଲା ପ୍ରଶାସନ ଓ ପ୍ରତ୍ନତତ୍ବ ବିଭାଗର ବୈଠକରେ ନିଷ୍ପତ୍ତି ହୋଇଥିଲା। ଆଜି ସକାଳୁ ନୂଆ ଦର ଅନୁଯାୟୀ ଟିକେଟ କରି ପର୍ଯ୍ୟଟକମାନେ ପ୍ରବେଶ କରିଛନ୍ତି । ତେବେ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧିକୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

 

କୋଣାର୍କ ସୁରକ୍ଷା ସମିତିର ବିରୋଧ,ଘଣ୍ଟାଏ ବନ୍ଦ ରହିଲା ଟିକେଟ କାଉଣ୍ଟର

ଦୀର୍ଘ ଦିନ ଧରି କୋଣାର୍କ ମନ୍ଦିର ପ୍ରବେଶ ଶୁଳ୍କ ୧୦ ଟଙ୍କା ରହିବା ପରେ ଏଏସଆଇ କର୍ତ୍ତୃପକ୍ଷ ୨୦୧୬ ଏପ୍ରିଲ ମାସ ୧ ତାରିଖଠାରୁ ଏହି ପ୍ରବେଶ ଶୁଳ୍କ ୧୦ଟଙ୍କାରୁ ୩୦ ଟଙ୍କକୁ ବୃଦ୍ଧି କରିଥିଲେ। ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ଏହି ବର୍ଦ୍ଧିତ ଶୁଳ୍କ ୨୫ ଦିନ ପର୍ଯ୍ୟନ୍ତ ଆଦାୟ କରାଯାଇ ପାରି ନ ଥିଲା। ପରେ ଏପ୍ରିଲ ୨୫ ତାରିଖଠାରୁ ଭାରତୀୟମାନଙ୍କ ଠାରୁ ୩୦ ଟଙ୍କା ଲେଖାଏଁ ପ୍ରବେଶ ଶୁଳ୍କ ଆଦାୟ କରାଯାଇଥିଲା ଓ ବିଦେଶୀମାନଙ୍କ ଶୁଳ୍କ ୨୫୦ ଟଙ୍କାରୁ ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା।

sun

ଏ.ଏସ୍.ଆଇ କୌଣସି ସୂଚନା ନ ଦେଇ ପ୍ରବେଶ ଶୁଳ୍କ ବୃଦ୍ଧି କରିଥିବା ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣାରେ ବସି ରହିଥିଲେ।

 

ପଢନ୍ତୁ;ଦିଲ୍ଲୀ ହାଇକୋର୍ଟ:ଭିକ ମାଗିବା ଅପରାଧ ନୁହେଁ

Related posts

ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦ ଆବେଦନ

ENO Beuro

ଘନୀଭୂତ ହେଉଛି ଲଘୁଚାପ,ଆସନ୍ତାକାଲିଠୁ ବର୍ଷା

ENO Beuro

ପରସ୍ପରକୁ ଆକ୍ରମଣ କରି ଦମ୍ପତି ମୃତ 

ENO Beuro

Leave a Comment