• Home
  • Featured
  • ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା !
Featured

ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା !

ଜାନୁଆରି ମାସ  ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଏହାକୁ ବୈଜ୍ଞାନିକମାନେ ‘ସୁପର୍ ବ୍ଲଡ୍ ମୁନ୍’ବୋଲି କହୁଛନ୍ତି । ଏହି ସୂଚନା ମିଳିଛି ନାସା ପକ୍ଷରୁ । ନାସା ବୈଜ୍ଞାନିକମାନଙ୍କ ମୁତାବକ, ସୁପର ମୁନ୍ କାରଣରୁ ଚନ୍ଦ୍ର ପ୍ରତିଦିନ ଅପେକ୍ଷା ୧୪ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଚମକ ରହିବ। ଏହି ମାସର ପହିଲାରେ ବି ସୁପର ମୁନ୍ ଦେଖିବାକୁ ମିଳିଥିଲା । ଚଳିତମାସରେ ଦ୍ୱିତୀୟ ଥର ପୁଣି ଥରେ ଚନ୍ଦ୍ରର ଏକ ଭିନ୍ନ ରୁପ ଦେଖିବାକୁ ମିଳିବ ।

ଏହି ଦିନ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବି ପଡ଼ୁଛି । ଏଥିପାଇଁ ଏହାକୁ ‘ସୁପର ବ୍ଲୁ ମୁନ୍ ଗ୍ରହଣ’ବୋଲି କୁହାଯାଉଛି । ଭାରତୀୟ ସମୟ ଅନୁସାରେ ଜାନୁଆରି ୩୧ ତାରିଖ ସନ୍ଧ୍ୟା ୫ଟା ୧୮ମିନିଟରୁ ନେଇ ରାତି ୮ଟା ୪୨ମିନିଟ୍ ପର୍ଯ୍ୟନ୍ତ ଲୋକମାନେ ଚନ୍ଦ୍ରର ଏହି ଦୁର୍ଲଭ ଦୃଶ୍ୟକୁ ଦେଖି ପାରିବେ । ୨୦୧୮ର ଏହା ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣର ବିଶେଷ କଥା ହେଉଛି ଚନ୍ଦ୍ର କଳା ଦେଖାଯିବା ପରିବର୍ତ୍ତେ ଲାଲ ରଙ୍ଗର ଦେଖାଯିବ ବୋଲି ଜଣାପଡିଛି ।

ତେବେ ଏହାକୁ  ନେଇ ଜବାହାର ଲାଲ ନେହେରୁ ପ୍ଲେନିଟୋରିୟମର ଅଫିସର ଡାକ୍ତର.ଏଚଆର ମଧୁସୁଦନଙ୍କ କହିବାନୁସାରେ, ଗ୍ରହଣ ସର୍ବଦା ଖାସ୍ ହୋଇଥାଏ । ସୁପରମୁନ୍ ସମୟରେ ଚନ୍ଦ୍ର ବଡ଼ ହୋଇ ନଥାଏ ବରଂ ପୃଥିବୀର ନିକଟବର୍ତ୍ତୀ ହୋଇଯାଇଥାଏ । ଏଥିପାଇଁ ଚନ୍ଦ୍ରର ଆକୃତି ବଡ଼ ଦେଖାଯାଇଥାଏ । ଚନ୍ଦ୍ର ପୃଥିବୀର ବିଭିନ୍ନ ପୃଷ୍ଠରୁ ବିଭିନ୍ନ ରଙ୍ଗ ଦେଖାଯିବ। ତେବେ ଲାଲ ରଙ୍ଗ ଦେଖାଯିବାର କାରଣ ବାତାବରଣରେ ଧୂଳିକଣା ଓ ପ୍ରଦୂଷଣ ଭରି ରହିଛି । କେଉଁ କେଉଁ ସ୍ଥାନରେ ରକ୍ତ ଭଳି ଲାଲ ଓ କେତେକ ସ୍ଥାନରେ କପର ରେଡ ରଙ୍ଗର ଚନ୍ଦ୍ର ଦୃଶ୍ୟମାନ ହେବ ।

ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ କି ପ୍ରକାର ଧାରଣ ରହିଛି ଜାଣନ୍ତୁ ;

  • କେତେକ ଲୋକଙ୍କ କହିବାନୁସାରେ ‘ସୁପର ବ୍ଲଡ୍ ମୁନ୍’ପ୍ରଳୟର ଚିହ୍ନ । ଏଭଳି ହେବା ଅଶୁଭ ହୋଇପାରେ ।
  •  ଆଉ କେତେକ କହୁଛନ୍ତି ଯେ , ଏହା ଭୂକମ୍ପ, ବନ୍ୟା, ଭୂସ୍ଖଳନ, ମରୁଡି ଆଦି ପ୍ରାକୃତିକ ବିପର୍ଯ୍ୟୟର ସଙ୍କେତ ।
  •  ଏହି ଥରକ ଅସମାନ୍ୟ କଥା ହେଉଛି ‘ସୁପରମୁନ୍ ’ ସହିତ ଚନ୍ଦ୍ରଗ୍ରହଣ ବି ପଡ଼ିଛି ।
  •  ଏହି ପ୍ରକାର ଘଟଣା ୧୯୦୦ମସିହାରେ ପରେ ୬ଥର ୧୯୧୦,୧୯୨୮,୧୯୬୪,୧୯୮୨ ଓ ୨୦୧୫ରେ ଦେଖିବାକୁ ମିଳିଥିଲା ।

ଜାନୁଆରି ୩୧ ତାରିଖରେ ଚନ୍ଦ୍ରର ଏକ ଭିନ୍ନ ରୂପ ଦେଖିବାକୁ ମିଳିବ। ଜାଣନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ରହିଛି କି ପ୍ରକାରର ଧାରଣା ! blue moon

ପଢନ୍ତୁ ;

ଆସନ୍ତା ୨୫ତାରିଖରେ ପୁରା ଦେଶରେ ରିଲିଜ୍ ହେବ ପଦ୍ମାବତ୍ , ରିଲିଜ୍ କୁ ନେଇ ହୋଇଥିବା ସବୁ ଆବେଦନକୁ ଖାରଜ କରିଛନ୍ତି : ସୁପ୍ରିମକୋର୍ଟ

Related posts

ପ୍ରେମରେ ସତର୍କ ହେବା ଉଚିତ,ଆସନ୍ତୁ ଜାଣିବା

Krishna Kumar Manoj

ଉଷୁମ କ୍ଷୀରରେ ଅନେକ ଉପକାରୀ ତତ୍ତ୍ୱ ରହିଛି,ଜାଣନ୍ତୁ ସେ ସମ୍ପର୍କରେ..

Krishna Kumar Manoj

ମୋବାଇଲରେ ଟେକ୍ଟ କଲାବେଳେ ବେକକୁ ଅତ୍ୟଧିକ ବଙ୍କାଇବା ଦ୍ୱାରା ଏହା ଶରୀର ଉପରେ କଣ ପ୍ରଭାବ ପକାଇଥାଏ ଜାଣନ୍ତୁ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More