POLITICALS

ରାଜ୍ୟସଭା ନିର୍ବାଚନ: ଗୁଜରାଟ କଂଗ୍ରେସର ପିଟିଶନ ଖାରଜ କଲେ ସୁପ୍ରିମକୋର୍ଟ

Untitled 2

ଗୁଜରାଟ୍‌ରେ ଖାଲି ପଡ଼ିଥିବା ୨ଟି ଯାକ ରାଜ୍ୟସଭା ସିଟ୍‌ରେ ଅଲଗା ଅଲଗା ନିର୍ବାଚନ ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କଂଗ୍ରେସକୁ ଜବରଦସ୍ତ ଝଟ୍‌କା ଲାଗିଛି। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ନିର୍ବାଚନ କମିଶନଙ୍କୁ ଅଲଗା ଅଲଗା ନିର୍ବାଚନ କରିବାକୁ ସବୁଜ ସଙ୍କେତ ଦେଇଛନ୍ତି। ଥରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଦେବା ପରେ ଆଉ ସେଥିରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟ। ଅମିତ ଶାହ ଓ ସ୍ମୃତି ଇରାନୀ ଲୋକସଭାକୁ ନିର୍ବାଚିତ ହେବା ପରେ ଜୁଲାଇ ୫ରେ ଏହି ଦୁଇଟି ଆସନ ପାଇଁ ଭୋଟିଂ ହେବ।

ଜୁନ୍‌ ୧୫ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଜୁଲାଇ ୫ରେ ହିଁ ଭୋଟ ହେବ। ହେଲେ ବିଧାୟକମାନେ ଏକସଙ୍ଗରେ ଭୋଟ ଦେଇପାରିବେ ନାହିଁ ବୋଲି ଏଥିରେ କୁହାଯାଇଥିଲା। ନିର୍ବାଚନ କମିଶନଙ୍କ ଏହି ବିଜ୍ଞପ୍ତିକୁ ଗୁଜରାଟ ବିରୋଧୀଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ପରେଶଭାଇ ଧନାନୀ  ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ପଢନ୍ତୁ: ଭୁବନେଶ୍ବର-କଟକ ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍

Related posts

ପାଟକୁରା ନିର୍ବାଚନ ରଣନୀତି ପ୍ରସ୍ତୁତିରେ ୩ ପ୍ରମୁଖ ଦଳ

Ratnamani Moharana

ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ନରେନ୍ଦ୍ର ମୋଦି ଅତିଥି ହୋଇ ଆସନ୍ତୁ ବୋଲି କହିଲେ ନବୀନ

Ratnamani Moharana

ବଦଳିଲା ମେଡିକାଲ ବଣ୍ଡ୍ ପଲିସି,ରାଜ୍ୟ ସରକାରଙ୍କ ଅଧିନରେ ୨ ବର୍ଷ କାମ କରିବାକୁ ବାଧ୍ୟ ଛାତ୍ରଛାତ୍ରୀ

Ratnamani Moharana

Leave a Comment