News

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌,ସିସିଟିଭି ଓ ଟଙ୍କାବୃଷ୍ଟି ନିଷେଧ

bar

ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଡ୍ୟାନ୍ସ ବାରକୁ ନେଇ ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇଛନ୍ତି । ମୁମ୍ବାଇରେ ନୂତନ ନିୟମ ଓ କାନୁନ ସହ ଡ୍ୟାନ୍ସ ବାର ପୁଣି ଥରେ ଖୋଲାଯିବ । କିନ୍ତୁ ଡ୍ୟାନ୍ସ ବାରରେ ଟଙ୍କା ବର୍ଷା କରାଯିବାକୁ ଅନୁମତି ଦିଆଯିବ ନାହିଁ । କେବଳ ସେତିକି ନୁହେଁ ମୁମ୍ବାଇ ଡ୍ୟାନ୍ସ ବାରରେ ସିସିଟିଭି କ୍ୟାମେରାର କୌଣସୀ ଆବଶ୍ୟକତା ନାହିଁ । କାରଣ ଏହା ଦ୍ୱାରା ପ୍ରାଇଭେସୀର ଉଲ୍ଲଙ୍ଘନ ହୋଇଥାଏ ବୋଲି ଅଦାଲତ କହିଛନ୍ତି ।

bar

୨୦୧୮ ଅଗଷ୍ଟ ୩୦ରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ୨୦୦୫ଠାରୁ କୌଣସି ଡ୍ୟାନ୍ସ୍‌ବାର୍‌କୁ ଲାଇସେନ୍ସ୍‌ ଦିଆଯାଇ ନାହିଁ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଇତିମଧ୍ୟରେ ଅଶ୍ଳୀଳତାର ପରିଭାଷା ବଦଳିଛି। ପୂର୍ବରୁ ଫିଲ୍ମରେ ଚୁମ୍ବନ ଦୃଶ୍ୟକୁ ଦୁଇଫୁଲର ମିଳନ ମାଧ୍ୟମରେ ପ୍ରଦର୍ଶିତ କରାଯାଉଥିବାବେଳେ ଏବେ ଫିଲ୍ମରେ ଏହାକୁ ଖୋଲାଖୋଲି ପ୍ରଦର୍ଶିତ କରାଯାଉଛି। ସମୟ ସହିତ ଅଶ୍ଳୀଳତାର ପରିଭାଷା ବଦଳିଥିବାରୁ ଡ୍ୟାନ୍ସ୍‌ବାର୍‌ ଖୋଲିବା ନେଇ କୌଣସି ବାଧା ନାହିଁ ବୋଲି ଅଦାଲତ କହିଛନ୍ତି।

ହୋଟେଲ୍‌ ଓ ରେସ୍ତୋରାଁ ମାଲିକ, ନୃତ୍ୟାଙ୍ଗନା ଏବଂ ଅନ୍ୟମାନେ ପୃଥକ୍‌ ଭାବେ ଏହି ଆଇନ୍‌ ବିରୋଧରେ ପିଟିସନ୍‌ ଦାଏର୍‌ କରିଥିଲେ। ଧାର୍ମିକ ସ୍ଥାପତ୍ୟ ଏକ କିଲୋମିଟର ପରିଧି ମଧ୍ୟରେ ଡ୍ୟାନ୍‌ସ୍‌ ବାର୍‌ଗୁଡ଼ିକୁ ଅନୁମତି ନ ଦେବା ଅକାରଣ। କିନ୍ତୁ, ରାତି ୧୧: ୩୦ ସୁଦ୍ଧା ଏହି ବାର୍‌ଗୁଡ଼ିକ ବନ୍ଦ ହେବା ନିୟମକୁ ସୁପ୍ରିମ୍‌ କୋର୍ଟ ବଜାୟ ରଖିଛନ୍ତି।

ପଢନ୍ତୁ;  ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌

Related posts

ଆଜିଠାରୁ ଓଜେଇଇ ସିବିଟି ଅନ୍‌ଲାଇନ୍ ପ୍ରବେଶିକା ପରୀକ୍ଷା

Ratnamani Moharana

ଆଜି ରାଜ୍ୟବ୍ୟାପୀ ଔଷଧ ଦୋକାନ ବନ୍ଦ

ENO Beuro

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

ENO Beuro

Leave a Comment